ଢେଙ୍କାନାଳ ଲଷ୍ମୀ ପୂଜା, ଆଜି ଅଷ୍ଟମ ଦିନରେ ମାଙ୍କ ପାଖରେ ପୂଜାର୍ଚ୍ଚନା ଭକ୍ତ ପ୍ରବଳ ଭିଡ଼ ।
କାମାକ୍ଷାନଗର14/10/25 ଆଙ୍କର-ଲକ୍ଷଧିକ ଲୋକଙ୍କ ଭିଡ଼ । ଧାଡ଼ି ଧାଡ଼ି ଅଲୋକ ମାଳା ଝଲମଲ କରୁଛି । ଉଜ୍ଜ୍ବଳ ଆଲୋକ ମଧ୍ୟରେ ତୋରଣ ଗୁଡ଼ିକ ଅତି ଆକର୍ଷୀୟ ଦିଶୁଛି । ପାହାଡ଼ର ବୁକୁ ଉପରେ ଛିଡ଼ା ହୋଇଥିବା ଢେଙ୍କାନାଳ ସହରରେ ଲକ୍ଷ୍ମୀପୂଜାର ଡ୍ରୋନ୍ ଭିଡିଓରେ ଅତି ଅପରୂପ ଶୋଭା ବଦ୍ଧନ କରୁଛି । ସତେଯେମିତି ଇନ୍ଦ୍ରପୁରୀ ଭଳି ବିଶୁଛି ସହର । ଲକ୍ଷ୍ମୀପୂଜାର ମହକ ଏ ଅପରୂପ ଦୃଶ୍ୟରୁ ବାରି ହେଇ ପଢୁଛି । ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ଢେ଼ଙ୍କାନାଳର ବିଶ୍ଵ ପ୍ରସିଦ୍ଧ ଗଣପର୍ବ ଗଜ ଲକ୍ଷ୍ମୀପୂଜା ଓ ମେଳା ବୁଲା ଧିରେଧିରେ ସରି ଆସୁଛି । ଆଜି ଶେଷ ଗୋଟିଏ ଦିନ । ଶନିବାର ଓ ରବିବାର ପ୍ରବଳ ଜନସମାଗମ ପରେ ସେମବାର ଭିଡ଼ କମିବ କଣ ଆହୁରି ବଢ଼ି ଚାଲିଛି । ଦିନ ସରି ଆସୁଥିବା ବେଳେ ଭିଡ଼ ବଢ଼ିବାରେ ଲାଗିଛି । ଏଥର ପାଗ ଅନୁକୂଳ ରହିବାରୁ ପୂଜା ଦେଖିବାକୁ କେହି ହାତ ଛଡ଼ା କରୁନାହାନ୍ତି ।

ଗଜ ଲକ୍ଷ୍ମୀପୂଜା ବୁଲିବା,କିଣାକିଣି,ଖାଇବାର ମଜାନେବା ସହ ଫଟୋ ସେଲଫି ମାନିଆ ପୂଜାକୁ ଆହୁରି ଜମେଇ ଦେଉଛି । ପଟୋ,ଭିଡିଓ ସାମାଜିକ ଗଣମଧ୍ଯମରେ ଲୋକେ ପୋଷ୍ଟ କରିବା ପରେ ପୂଜାର ପ୍ରଚାର ପ୍ରସାର ଆହୁରି ବଢ଼ିଛି । ବର୍ତ୍ତମାନ ଡ୍ରୋନ୍ର ଚାହିଦା ରହୁଥିବାରୁ ଡ୍ରୋନ୍ର ଫଟୋ, ଭିଡିଓର ଅପରୂପ ଦୃଶ୍ୟ ଭାଇରାଲ୍ ହେବାରେ ଲାଗିଛି । ଯାହା ଲୋକଙ୍କୁ ଅଳର୍ଷିତ କରୁଛି । ଗତକାଲି ରବିବାର ପ୍ରବଳ ଭିଡ଼ ହୋଇଥିଲା । ଯାହାର ଭିଡିଓ,ଫଟୋ ଅତି ଚିତାକର୍ଷକ ହୋଇଛି। ଆଲୋକମାଳରେ ଆକାଶ ମାର୍ଗରୁ ସହର ଝଲମଲ୍ ଦିଶୁଛି I ଢେଙ୍କନାଳ ଗଜ ଲକ୍ଷ୍ମୀପୂଜାରବିସ୍ତୀର୍ଣ ପୂଜା ଅଞ୍ଚଳ ଦୃଶ୍ୟ ଅଭିଭୂତ କରୁଛି । ଲୋକଙ୍କ ଭିଡ଼ ବାରି ହେବା ସହ ଭଳିକି ଭଳି ଆଲୋକମାଳା ଅତ୍ୟନ୍ତ ମନୋରମ ହୋଇଛି ।ପୂଜା ଦେଖିବାକୁ ବାହାରୁ ଲୋକଙ୍କ ଆଗମନ ବଢ଼ି ଚାଲିଛି । ଗତ କାଲି ସୋମବାର ମଧ୍ୟ ପ୍ରାୟ ୬ ଲକ୍ଷ ଲୋକଙ୍କ ସମାଗମ ହୋଇଥିବା ଆକଳନ କରାଯାଇଛି ଏବଂ ଆସନ୍ତା କାଲି ବିଦାୟ ନେବେ ମା ଗଜଲକ୍ଷ୍ମୀ ।
