ବରିଷ୍ଠ କଳାକାର ସଂଘ କନ୍ଧମାଳ ର ସାତ ଦଫା ଦାବି ନେଇ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପାଳଙ୍କୁ ଦାବିପତ୍ର ।
କନ୍ଧମାଳ , ଫୁଲବାଣୀ ୧୫/୧୦/୨୦୨୫ କନ୍ଧମାଳ ଜିଲ୍ଲା ବରିଷ୍ଟ କଳାକାର ସଂଘର ବ୍ଲକ କଳାକାର ସାଂସ୍କୃତିକ ସଂଘ କ, ନୂଆଗାଁ ସଭାପତି ଶ୍ରୀ ତ୍ରିନାଥ ପଣ୍ଡା ଙ୍କ ନେତୃତ୍ୱରେ ଜିଲ୍ଲାର ଦୁଇ ଶହରୁ ଅଧିକ ବରିଷ୍ଟ ମହିଳା, ପୁରୁଷ କଳାକାର ସ୍ଥାନୀୟ ମ।ଦିକୁନ୍ଦା ଛକ ଠାରୁ ବାହାରି ମୁଖ୍ୟ ବଜାର ଦେଇ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟକୁ ଯାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲାର ବରିଷ୍ଠ କଳା କରଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ପାଳଙ୍କ ଜରିଆରେ ସାତ ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରେରଣା କରିଥିଲେ ।ଜିଲ୍ଲାରେ ବରିଷ୍ଟ କଳାକାର ମାନେ ବିଭିନ୍ନ ପ୍ରକାର ସୁବିଧାରୁ ବଞ୍ଚିତ ହେଉଥିବାରୁ ଏହି ଦାବି ମୁଖ୍ୟମନ୍ତ୍ରୀ ଙ୍କୁ ଦେଇଥିବା ଜଣାପଡିଛି । ରାମ ନାଟକ,ଘୁଡିକି, ଢ଼ଣକୋଇଲି ଭଳି ଲୁପ୍ତ ଲୋକକଳାର ପୁନରୁଦ୍ଧାର ସହିତ ତାହାର ପ୍ରଚାର ପ୍ରସାର ପ୍ରତି ଯାତ।ର୍ଥ ପଦକ୍ଷପ ସଂସ୍କୃତି ବିଭାଗ ଦ୍ଵାରା ନିଆଯାଉ । କେନ୍ଦ୍ରସରକାରଙ୍କର ଭେଟେରାନ୍ ଅ।ର୍ଟିଷ୍ଟ୍ ପେନସନ ତାଲିକା ଶୀଘ୍ର ପ୍ରକାଶ ନିମନ୍ତେ ସରକାରୀ ସ୍ତରରେ ଅନୁରୋଧ କରାଯାଉ । କେନ୍ଦ୍ର ସଂସ୍କୃତି ପି ପି ଓ ନମ୍ୱର୍ ପାଇ ଯଥାର୍ଥ କାଗଜ ପତ୍ରଦେବା ସତେ ଦୁଇ ତିନି ବର୍ଷ ଧରି କିଛି କଳାକାର କେନ୍ଦ୍ର ସରକାର ଭତ୍ତା ପ୍ର।ପ୍ତିରୁ ବଞ୍ଚିତ ରହିଅଛି ।ତାହାର ନିରାକରଣ ପ୍ରତି ଦୃଷ୍ଟି ଦିଆଯାଉ ।ଦୀର୍ଘ ଦୁଇ ବର୍ଷ ରୁ ଉର୍ଦ୍ଧ କାଳଧରି ଆବେଦନ କରାଯାଇଥିଲେ ହେଁ ମୁଖ୍ୟ ମନ୍ତ୍ରୀ କଳାକାର ସହାୟତା ଯୋଜନା ଚୟନ ପ୍ରକ୍ରିୟାଅଦ୍ୟାବଧି ହୋଇ ନାହିଁ । ତାହା ଶୀଘ୍ର କରାଯାଉ ।ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ କଳାକାର ଭତ୍ତା ଯଥା କ୍ରମେ ୧୦,୦୦୦/ ଓ ୫,୦୦୦/ କୁ ବୃଦ୍ଧି କରାଯାଉ । ବ୍ଲକ୍ ସ୍ତର6ରେ ଗୋଟିଏ ଗୋଟିଏ ସଭାଗୃହ କଳା ପର୍ଦର୍ଷଣ କକ୍ଷନିର୍ମାଣ ସହିତ ବ୍ଲକ ସ୍ତରୀୟ କଳାକାର ସଂଗଠନ ହାତରେ ତାହାର ଉପଯୋଗ କରାଯାଉ । ଆମ ପ୍ରାଥନ।, ଯାହା କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ ତାହା ରାଜ୍ୟ ସରକାରଙ୍କ ତରଫରୁ ତାହା ପୁରାଣ ନିମନ୍ତେ ଅନୁରୋଧ କରାଯାଉ ।ଏବଂ ଯାହା ଓଡ଼ିଶା ସରକାରଙ୍କ ନିୟନ୍ତ୍ରଣଧିନ ସେହି ଦାବିଗୁଡିକୁ ଉଦର୍ ହୃଦୟରେ ପୁରାଣ କରାଯାଉ ।ଏହିସବୁ ଦାବି ସହିତ ଆମର ଉତ୍କଳ ପ୍ରଦେଶ ତାହାର ଉତ୍କର୍ଷ କଳାସଂସ୍କୃତି ନିମନ୍ତେ ବିଶ୍ଵ ଦରବାରରେ ସୁପରିଚିତ କିନ୍ତୁ ପରିତାପର ବିଷୟ ଏଭଳି ସଂସ୍କୃତି ପ୍ରଦେଶ ରେ ଉଭୟେ କଳା ଓ କଳ।କ।ର ଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ପରିଲିଖିତ ହେଉଅଛି । ଏହି ମହତ କାର୍ଯ୍ୟରେ ସଂଘର ଉପ ସଭାପତି ସନ୍ନ୍ୟାସୀ ବାଘ, କଷାଧ୍ୟକ ସନ୍ତୁନୁ ପାତ୍ର ଓ ଅନ୍ୟମାନେ ସହଯୋଜ କରିଥିଲେ ।
