ଅଙ୍ଗନବାଡ଼ି କେନ୍ଦ୍ରରେ କମୁଛନ୍ତି ପିଲା ରନ୍ଧା ଖାଦ୍ୟ ମିଳୁ ନାହିଁଁ କି ଡ୍ରେସ୍ ମଧ୍ୟ ବର୍ଷ ଶେଷ ହେଲାଣି ଅଭିଯୋଗ କରିଛନ୍ତି ଗ୍ରାମ ବାସୀ

Date:- 15/10/2025Place:- bhadrak:- : ରାଜ୍ୟ ସରକାର ଯୋଜନା ପରେ ଯୋଜନା କରୁଛନ୍ତି ହେଲେ ସେହି ଯୋଜନାକୁ ବଞ୍ଚାଇ ରଖୁବା ପାଇଁ ଅଧିକାରୀ ବାଟ ଖୋଜି ପାଉନାହାନ୍ତି। ୧୯୯୨ରୁ ଆରମ୍ଭହୋଇଥିବା ଶିଶୁ ବିକାଶ ଯୋଜନା ଏବେ ବାଟହୁଡା ହୋଇଛି। ଗାଁରେ ରହିଥ‌ିବା ଅଙ୍ଗନବାଡ଼ି କେନ୍ଦ୍ରର ଘର ଏହି ଯୋଜନାର ୩୩ ବର୍ଷ ପରେ ସମ୍ପୂର୍ଣ୍ଣ ହୋଇପାରିନାହିଁ ।ଭଦ୍ରକ ବ୍ଳକର ୩୧ଟି ପଞ୍ଚାୟତରେ ୩୧୭ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୧୪୪ଟିରେ ନିଜସ୍ୱ ଘର ନାହିଁ । କେନ୍ଦ୍ରର କର୍ମୀମାନେ କେଉଁଠି କ୍ଲବ ଘରେ ତ ଆଉ କେଉଁଠି ସ୍କୁଲ ଘରେ ତା ଆଉ କେଉଁଠି ନିଜ ଘରେ କେନ୍ଦ୍ର ଚଳାଉଛନ୍ତି । ଭଦ୍ରକ ବ୍ଲକ ୩୧୭ଟି କେନ୍ଦ୍ରରେ ସାମିଲ । ଥିବା ଗର୍ଭବତୀ, ପ୍ରସୂତି ଏବଂ ଛୋଟ ଛୋଟ ପିଲାମାନଙ୍କ ପାଇଁ ଯେଉଁ ରନ୍ଧା ଖାଦ୍ୟ ଦିଆଯାଉଛି ତାହା ରୋଷେଇ ହେଉନି । ଚୂଲି ତ ଜଳୁନି ରନ୍ଧାଖାଦ୍ୟ ଦିଆଯିବ କ’ଣ । ଦର୍ଶକ ବନ୍ଧୁ ଆପଣ ମାନେ ଦେଖି ପାରୁଥିବେ ଏହା ଭଦ୍ରକ ବ୍ଲକ ଅନ୍ତର୍ଗତ ଗୁଂଜି ଦରଡା ପଞ୍ଚାୟତ ର ମିରପାଟଣା ଗ୍ରାମ ର ‘ଆମ ଅଙ୍ଗନବାଡ଼ି “କେନ୍ଦ୍ର ର ଦୃଶ୍ୟ ରନ୍ଧା ଖାଦ୍ୟ ର ସାମଗ୍ରୀ ଅଙ୍ଗନବାଡ଼ି କେନ୍ଦ୍ର ରେ ନା ରହି ଅଙ୍ଗନବାଡ଼ି ୱରକସ ଙ୍କ ଘରେ ରହୁଛି ପିଲା ମାନଙ୍କ ସଂଖ୍ୟା ୨୭ ଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର କୁ ଆସୁଛନ୍ତି ୯ ଜଣ ପିଲା ପ୍ରତିଦିନ ରନ୍ଧା ଖାଦ୍ୟ ର ବିଲ କରାଯାଉଛି ୨୭ ଜଣ ପିଲାଙ୍କର ସରକାର ଙ୍କ ନିୟମ ଅନୁସାରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାର ସମୟ ୯ ଟା ଥିବା ସମୟ ରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲୁଛି ଦିନ ୧୧ ଘଣ୍ଟି କା ସମୟ ରେ ବର୍ଷ ଶେଷ ହେବାକୁ ବସିଲାଣି କିନ୍ତୁ ପିଲା ମାନଙ୍କୁ ଡ୍ରେସ୍ ପାଇଁ ପାରୁ ନାହାଁନ୍ତି ଛୋଟ ଛୋଟ ପିଲା ମାନେ। ଅଙ୍ଗନବାଡ଼ି ୱ।ରକସ ପିଲା ମାନଙ୍କ ନାମ ଲେଖି ପାରୁ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମ ବାସୀ। ଶିଶୁ ମାନଙ୍କ ବିକାଶ ହେଉଛି ନା ବିନାଶ ଛୋଟ ଛୋଟ ପିଲା ବଳିପଡି ଯାଉଛନ୍ତି। ମିର ପାଟଣା ଅଙ୍ଗନବାଡ଼ି କେନ୍ଦ୍ର ରେ ଏଠି ବୁଝି ବ କିଏ ଶୁଣି ବ କିଏ। ଏ ବିଷୟରେ ଗ୍ରାମ ବାସୀ ଭଦ୍ରକ ସିଡିପିଓ ଙ୍କୁ ଜଣାଇ ଥିଲେ ମଧ୍ଯ ଫଳ ଶୂନ୍ୟ । ଭଦ୍ରକ ଶିଶୁ ବିକାଶରେ ଧୀରେ ଧୀରେ ପିଲାଙ୍କ ସଂଖ୍ୟା କମିବାରେ ଲାଗିଛି। ଗୋଟିଏ ପଟେ ରନ୍ଧା ଖାଦ୍ୟ ଦିଆଯାଉ ନଥିବାବେଳେ। ଅଙ୍ଗନବାଡ଼ି କେନ୍ଦ୍ର ର ୱ।ରକରସ ରେଜୀଆ ସୁଲତାନ କୈାଣସି ତଥ୍ୟ ରଖିବା ପାଇଁଁ ମନା କରିଦେଇଥିଲେ। ଏ ବିଷୟରେ ସାକ୍ଷାତକରି ପଚାରି ବୁଝିଥିଲୁ । ସେ ମଧ୍ୟ କୈାଣସି ମନ୍ତବ୍ୟ ପ୍ରକାଶ କରିନଥିଲେ। ଭଦ୍ରକ ଜିଲ୍ଲା ରେ ଅଙ୍ଗନବାଡ଼ି କେନ୍ଦ୍ର ଅଛି ସବୁ କେନ୍ଦ୍ର ରେ ଘୋଟାଲା ର କେନ୍ଦ୍ରବିନ୍ଦୁ ପାଲଟିଛି। ତଳରୁ ଉପର ପଯ୍ୟନ୍ତ ସମସ୍ତେ ଘୋଟାଲା ରେ ଲିପ୍ତ।

Leave a Reply

Your email address will not be published. Required fields are marked *