ଅଧକ୍ଷା ପଦ ଗ୍ରହଣ କଲେ ରିନା ପ୍ରଧାନ

ରାଇକିଆ,ତା15/10/25 କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକର ନବ ନିର୍ବାଚିତ ଅଧ୍ୟକ୍ଷା ଭାବେ ଆଜି ଶ୍ରୀମତୀ ରିନା ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି। ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଭିନ୍ନ ପଞ୍ଚାୟତ ର ସମିତି ସଭ୍ୟ ,ସରପଞ୍ଚ, ୱାର୍ଡମେମ୍ବର,ଏବିଡ଼ିଓ ଦିବ୍ୟସିଂ କଂହର ଙ୍କ ସମେତ ସମସ୍ତ ଅଧିକାରୀ, କର୍ମଚାରୀ, ସମାଜସେବୀ ଓ ସ୍ଥାନୀୟ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ଥିଲେ।ଏବିଡ଼ିଓ ଦିବ୍ୟସିଂ କଂହର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦାୟିତ୍ୱ ଗ୍ରହଣ ଅବସରରେ ଶ୍ରୀମତୀ ରିନା ପ୍ରଧାନ ନିଜ ଅଭିଭାଷଣ ରେ ମତବ୍ୟକ୍ତ ପ୍ରଦାନ କରି କହିଥିଲେ ଯେ “ରାଇକିଆ ବ୍ଲକର ସାମଗ୍ରିକ ବିକାଶ ଓ ସରକାରୀ ଯୋଜନା ଗୁଡିକ ସଫଳ କାର୍ଯ୍ୟାନ୍ବୟ ମୋର ମୁଖ୍ୟ ଲକ୍ଷ୍ୟ ରହିବ। କାର୍ଯ୍ୟକ୍ରମ ରେ ସମିତିସଭ୍ୟ, ସଭ୍ୟା, ସରପଞ୍ଚ ଏଵଂ ଉପସ୍ଥିତ ବିଭିନ୍ନ ସଦସ୍ୟ ନବ ଅଧ୍ୟକ୍ଷାଙ୍କୁ ଉତ୍ତରୀୟ ଏଵଂ ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇଥିଲେ।ସମାଜସେବୀ ଓ ସ୍ଥାନୀୟ ଗଣମାନ୍ୟ ବ୍ୟକ୍ତିମାନେ ଆଶା ବ୍ୟକ୍ତ କରିଛନ୍ତି ଯେ ଶ୍ରୀମତୀ ରିନା ପ୍ରଧାନଙ୍କ ନେତୃତ୍ୱରେ ରାଇକିଆ ବ୍ଲକ ଉନ୍ନୟନ ଓ ସମାଜସେବାର ନୂତନ ମାନଦଣ୍ଡ ସୃଷ୍ଟି ହୋଇପାରିବ ।

Leave a Reply

Your email address will not be published. Required fields are marked *