ଛଟେଇ ଆଶଙ୍କାରେ ଗୋଷ୍ଠୀ ସହାୟିକାଙ୍କ ପୁରୀ ଜିଲ୍ଲାପାଳଙ୍କ ଅଫିସରେ ଭିକ୍ଷୋଭ।

ତା ପୁରୀ ୧୫/୧୦ଗ୍ରାମ୍ୟ ସ୍ତରୀୟ ଫେଡେରେସନ ପୁନଃ ଗଠନ ନାମରେ ଗୋଷ୍ଠୀ ସହାୟୀକା ମାନଙ୍କୁ ଛଟେଇ ନ‌କରିବା ଦାବୀରେ ଆକ୍ଟୋବର ୧୫ ତାରିଖରେ ଶହ ଶହ ଗୋଷ୍ଠୀ ସହାୟିକା, ପୁରୀ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ । ସର୍ବଭାରତୀୟ ଶ୍ରମିକ ସଂଗଠନ ଏ.ଆଇ.ଟି.ୟୁ.ସି ସହବନ୍ଧିତ ଓଡିଶା ଗୋଷ୍ଠୀ ସହାୟିକା ସଂଘ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିରଠାରୁ ବାହାରି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରିଥିଲେ । ସଂଘ ନେତାମାନେ ଅଭିଯୋଗ କରିଥିଲେ କି ସରକାର ସ୍ବତନ୍ତ୍ର ପରୀକ୍ଷା ଓ ଯୋଗ୍ୟତା ଭିତିରେ ଗୋଷ୍ଠୀ ସହାୟିକାମାନଙ୍କୁ ନିଯୁକ୍ତି କରିଛନ୍ତି । ଓଡିଶା ମିଶନ ଶକ୍ତି ଅଧୀନରେ ୨୦୧୨ ମସିହାରୁ ଗ୍ରାମାଞ୍ଚଳରେ ଗୋଷ୍ଠୀ ସହାୟିକା ମାନେ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରି ମହିଳାମାନଙ୍କ ଉନ୍ନତି ନିମନ୍ତେ ସରକାରଙ୍କ ଯୋଜନାକୁ ସଫଳ କରିବା ପାଇଁ ସମସ୍ତ କାର୍ଯ୍ୟ କରିଆସୁଛନ୍ତି । ପୂର୍ବ ସରକାର ଗୋଷ୍ଠୀ ସହାୟିକାଙ୍କ କାର୍ଯ୍ୟ ପାଇଁ ମାସିକ ଭତ୍ତା ପ୍ରଦାନ କରି ଆସୁଥିଲେ । ଏବର ସରକାର ମଧ୍ୟ ୧୧ ମାସ ଧରି ସେହି ଭତ୍ତା ପାରିଶ୍ରମିକ ବାବଦକୁ ଦେଇଆସିଛନ୍ତି । ଏବେ ସରକାର ହଠାତ ଗୋଷ୍ଠୀ ସହାୟିକାଙ୍କ ନିଯୁକ୍ତି କାୟମ ରହିବା ଉପରେ ସ୍ପଷ୍ଟୀକରଣ ନରଖୀ ଗ୍ରାମ୍ୟସ୍ତରୀୟ ଫେଡେରେସନର ପୁନଃ ଗଠନ କରିବା ପାଇଁ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେବା ଗୋଷ୍ଠୀ ସହାୟିକାଙ୍କ ନିଯୁକ୍ତିକୁ ବିପଦ ଓ ଆଶଙ୍କା ମଧ୍ଯକୁ ଠେଲି ଦେଇଛି ।

ଆଜି ଗୋଷ୍ଠୀ ସହାୟିକାମାନେ ସେମାନଙ୍କ ଭିକ୍ଷୋଭ ମାଧ୍ୟମରେ ଏହି ନିର୍ଦ୍ଦେଶନାମାକୁ ବିରୋଧ କରିଛନ୍ତି । ଆଜି ପୁରୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ପ୍ରତିବାଦ ସଭାରେ ଏ.ଆଇ.ଟି.ୟୁ.ସି ରାଜ୍ୟ ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ, ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସ ମହାପାତ୍ର, ଜିଲ୍ଲା ସମ୍ପାଦିକା ଅନୁସୂୟା ପ୍ରଧାନ, ଜିଲ୍ଲା ସଭାନେତ୍ରୀ ରେଣୁପ୍ରଭା ଦାସ ପ୍ରମୁଖ ସରକାର ତୁରନ୍ତ ଗୋଷ୍ଠୀ ସହାୟିକାଙ୍କ ନିଯୁକ୍ତିର ସ୍ଥାୟିତ୍ବ ନେଇ ସ୍ପଷ୍ଟିକରଣ ନଦେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲିବ ବୋଲି ଘୋଷଣା କରିଥିଲେ । ପୁରୀ ଜିଲ୍ଲାପାଳଙ୍କ ଜରିଆରେ ଏହି ସନ୍ଦେହପୂର୍ଣ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା ସଂଘର ନେତା ହରିହର ସେନାପତି, ଗୋଲେଖ ନାୟକ, ସୁରେଶ ଚନ୍ଦ୍ର ବିଶ୍ଵାଳ, ରଜନୀ ମହାରଣା, ମାନସୀ ମାର୍ଥା, ଶକୁନ୍ତଳା ସାହୁ, ଜ୍ୟୋତିର୍ମୟୀ ପାଢି, ନମୀତା ସ୍ବାଇଁ, ମମତା ବାରିକ,କୁନି ଦେଇ ,କଳ୍ପନା ଶତପଥୀ ,ଦିପ୍ତୀ ମୟୀ ଦେଇ ପ୍ରମୁଖ ଆଜିର ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *