ବିଶ୍ଵ ବିଦ୍ୟାର୍ଥୀ ଦିବସ ପାଳିତ

ମାସିକ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାର ପକ୍ଷରୁ ସୁଖ ଲତା ବାଳିକା ସ୍ମୃତି ଉଛ ବିଦ୍ୟାଳୟ ରେ ପୁର୍ବ ତନ ରାଷ୍ଟ୍ର ପତି ଡ ଏ ପି ଜେ ଅବଦୁଲ କଲାମ ଙ୍କ ଜନ୍ମ୍ ଜୟନ୍ତୀ ରେ ବିଶ୍ଵ ବିଦ୍ୟାର୍ଥୀ ଦିବସ ପାଳିତ ହୋଇ ଯାଇଛି। ମୂଖ୍ୟ ଅତିଥି ମହନ୍ତ ଶୁଭା ନନ୍ଦ ଜୀ ମହାରାଜ, ଉପଦେଷ୍ଟା ଚକ୍ରଧର ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ସୁଚରିତା ପ୍ରତିହାରୀ, ଶିକ୍ଷାବିତ୍ ଅବ ନିଷ ରଥ, ଶିବ ସୁନ୍ଦର ମିଶ୍ର, ସଂଘ ମିତ୍ରା ଦାସ ଅତିଥି ଭାବେ ଯୋଗ ଦେଇ କହିଲେ ଜେ କଠୋର ପରିଶ୍ରମ, ନୀଷ୍ଟା, ସଂକଳ୍ପ, ଓ ସ୍ଵପ୍ନ ବିଦ୍ୟାର୍ଥୀ ଙ୍କୁ ସଫଳତା ର ମାର୍ଗ ଦେଖାଏ ଠିକ୍ ଯାହା କଲାମ ଙ୍କ କ୍ଷେତ୍ର ରେ ଘଟିଥିଲା। ପ୍ରଥମ ପର୍ବ ରେ ଆଇନଜୀବୀ ତଥା ପରିଚାଳନା ମଣ୍ଡଳୀ ସଦସ୍ୟ ଶରତ କୁମାର୍ ରାୟଗୁରୁ ଅବଦୁଲ କଲାମ ଙ୍କ ଉପରେ ଆଧାରିତ ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମ ସଂଯୋଜନା କରି ପିଲା ମାନଙ୍କୁ କଲାମ ଙ୍କ ଜୀବନୀ ବଣ୍ଟନ କରାଯାଇଥିଲା।

ପ୍ରାରମ୍ଭ ରେ ଶିଶୁ ସମାଚାର ସମ୍ପଦକ୍ ସୁକାନ୍ତ ପଣ୍ଡା ଅତିଥି ପରିଚୟ ପ୍ରଦାନ ସହ ପିଲାମାନଙ୍କୁ କଲାମ ଙ୍କ ବାଣୀ କହିଥିଲେ। ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗୀତା ରେ ବକ୍ତୃତା (କନିଷ୍ଟ) ରେ ସଦ୍ୟାନ୍ତ ଶତପଥୀ, ଦିବ୍ୟାସା ମିଶ୍ର, ଆଞ୍ଜେଲା ଅପୂର୍ବ ଦାସ ଯଥାକ୍ରମେ ପ୍ରଥମ ଦ୍ଵିତୀୟ ତୃତୀୟ ସ୍ଥାନ, ବରିଷ୍ଟ ବିଭାଗ ରେ ଅନୁଷ୍କା ମହାନ୍ତି, ଦିବ୍ୟାଂଶୀ ମହାପାତ୍ର, ଅନୁଷ୍କା ରାୟ ଯଥାକ୍ରମେ ପ୍ରଥମ୍ ଦ୍ୱିତୀୟ ତୃତୀୟ ସ୍ଥାନ, ଚିତ୍ରାଙ୍କନ କନିଷ୍ଠ ବିଭଗ ରେ ତ୍ରିସା କାନୁନଗୋ,ମୟଙ୍କ ସେନ ନାପତି, ଅଭିଜିତ ଦାସ୍ ପ୍ରଥମ ଦ୍ୱିତୀୟ ତୃତୀୟ, ଚିତ୍ରାଙ୍କନ ବରିଷ୍ଟ ବିଭାଗ ରେ ସନ୍ଦିପ ଜେନା,ସମ୍ଭବ ହୋତା, ସଞ୍ଚିତା ପ୍ରିୟ ଦର୍ଶିନି ଦେଵତା ଯଥା କ୍ରମେ ପ୍ରଥମ,ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ଶେଷରେ ଶିକ୍ଷୟତ୍ରୀ ରଶ୍ମିତା ସାହୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *