ନଭେମ୍ବର 3ରୁ ରୋଟାରୀ କ୍ଳବ୍ ତରଫରୁ ମାଗଣା କୃତ୍ରିମ ଅଙ୍ଗରୋପଣ ଶିବିର

ନଭେମ୍ବର 3ରୁ ରୋଟାରୀ କ୍ଳବ୍ ତରଫରୁ ମାଗଣା କୃତ୍ରିମ ଅଙ୍ଗରୋପଣ ଶିବିର

ରୋଟାରୀ କ୍ଲବ ନୟାଗଡ଼ ଏବଂ ରୋଟାରି କ୍ଲବ ଅଫ ବ୍ରହ୍ମପୁର ଇଷ୍ଟର ମିଳିତ ଆନୁକୂଲ୍ୟରେ, ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ବିଜୁ ମହାବୀର ଫୁଟ୍ ସେଣ୍ଟର, ଖେlର୍ଦ୍ଧାଙ୍କ ସହଭାଗିତାରେ ନୟାଗଡ ରୋଟାରୀ କ୍ଲବ ପରିସରରେ ଭିନ୍ନକ୍ଷମଙ୍କ ପାଇଁ ମାଗଣାରେ କୃତ୍ରିମ ଅଙ୍ଗ ରୋପଣ ଶିବିର ଆୟୋଜନ କରାଯାଉଛି l ଏହି କ୍ରମରେ ନୟାଗଡଠାରେ ନଭେମ୍ବର 3 ରୁ 7 ପର୍ଯ୍ୟନ୍ତ ଆୟୋଜନ କରାଯିବ । ଏହି ଶିବିରରେ କୃତ୍ରିମ ଅଙ୍ଗ ଯଥା -ଗୋଡ଼ ଓ ହାତ ସହ ଆଶା ବାଡି ଓ ଶ୍ରବଣ ଯନ୍ତ୍ର ମାଗଣାରେ ଯୋଗାଇଦିଆଯିବ l ଏହି ମହତ କାର୍ଯ୍ୟରେ ସମାଜର ସବୁ ବର୍ଗର ଜନ ସାଧାରଣଙ୍କୁ ସହଯୋଗ, କରିବା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀକୁ ରୋଟାରୀ କ୍ଲବ ନୟାଗଡ଼ ର ସଭାପତି ବସିରନ ବିବି, ରୋଟାରୀ ଜିଲ୍ଲା 3262 ର ଭିନ୍ନକ୍ଷମ ପ୍ରୋଜେକ୍ଟ ଚେୟାରମ୍ୟାନ ରୋଟାରିଆନ ଅଜିତ କୁମାର ପୃଷ୍ଟି , ଅଙ୍ଗ ରୋପଣ କାର୍ଯ୍ୟକ୍ରମର ଚେୟାରମ୍ୟାନ ପ୍ରବୀର କୁମାର ପୃଷ୍ଟି, ରୋଟାରୀ କ୍ଲବ ନୟାଗଡ଼ ର ସଂପାଦକ ଅବିନାଶ ସାହୁ ଏବଂ ବ୍ରହ୍ମପୁର ରୋଟାରୀ କ୍ଲବ ଇଷ୍ଟର ସଭାପତି ଡକ୍ଟର ପ୍ରଦିପ୍ତ କୁମାର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ରୋଟାରୀ କ୍ଲବ ନୟାଗଡ଼ ଓ ବ୍ରହ୍ମପୁର ରୋଟାରୀ କ୍ଲବର ସଦସ୍ୟ ମାନେ ସହଯୋଗ କରିଥିଲେ । ହିତାଧିକାରୀ ମାନେ 9238561233 / 9937472516 ମୋବାଇଲ ନମ୍ବର ରେ କଲ୍ କରି ପଞ୍ଜୀକରଣ କରିପାରିବେ ବୋଲି ରୋଟାରୀ ତରଫରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *