ଗରିବ ଅସହାୟ ରୋଗୀ ଙ୍କ ଅପରେସନ ପାଇଁ ଅର୍ଥ ଅଭାବ।

କନ୍ଧମାଳ, ଜିଲ୍ଲା ଜି, ଉଦୟଗିରି ବ୍ଲକ ର ନିଲୁଙ୍ଗିଆ ଗ୍ରାମର ଏସିଓ ନାୟକ, ବୃତ୍ତିରେ ଦୈନଦିନବ୍ ମଜୁରିଆ, ସ୍ତ୍ରୀ ମମତା ନାୟକ, ପିଲା ଛୁଆ ନାହିଁ , ମମତା ମଧ୍ୟ୍ୟ ରୋଗୀଣି ,୨ହଜାର ୭ ମସିହାରୁ ଏସିଓ ଗାଲ ଫୁଲା ରୋଗରେ ପୀଡିତ ଅଛନ୍ତି । ଜି, ଉଦୟଗିରି ରେ ଚିକିତ୍ସା ହୋଇ କନ୍ଧମାଳ ସଦର ଡାକ୍ତର ଖାନା ଓ ବର୍ତମାନର ମେଡିକାଲ କଲେଜ କୁ ଯାଇଥିଲା ଏସିୟ, ଫୁଲବାଣୀ ରୁ ହତାଶ ହୋଇ ବ୍ରହ୍ମପୁର ମେଡିକାଲ କଲେଜ କୁ ରେଫର ହୋଇ ଯିବା ପରେ ମଧ୍ୟ୍ୟ ସୁଫଳ ମିଳିଲା ନାହିଁ । କିଛି ଲୋକଙ୍କର ସହାୟତାରେ ବିଶାଖାପାଟଣା ଡାକ୍ତର ଖାନା କୁ ଏସିୟ ବଡ ଆଶାରେ ଯାଇଥିଲା ଭାବିଥିଲା ଯେ ସେ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ବଡ଼ ଡାକ୍ତର ଖାନାକୁ ଆସିଛି , ଚିକିତ୍ସା ନିଶ୍ଚିତ ହୋଇଯିବ, କିନ୍ତୁ ଡାକ୍ତର ପରୀକ୍ଷା କରି କହିଲେ ଅପରେସନ ଦରକାର ଓ ସେଥିପାଇଁ ୨ଲକ୍ଷ ଟଙ୍କା ଆବଶ୍ୟକ , ହତାଶ ହୋଇ ପଡିଥିଲା ଏସିୟ, ଫେରିଆସି ଥିଲା ନିଜ ଘର ନିଲୁଁଙ୍ଗିଆକୁ ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହାୟତାକୁ ଅନେଇ ବସିଛି ଏସିୟ , ସମାଜ ସେବୀ ଅମନ କୁମାର ନାୟକ କିଛି ବଦାନ୍ୟ ବ୍ୟକ୍ତି ଙ୍କୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିବା ସହ କନ୍ଧମାଳ ଜିଲ୍ଲା ପାଳ ଶ୍ରୀଯୁକ୍ତ ବେଦ ଭୂଷଣ ଙ୍କ ଦ୍ୱାରସ୍ତ ହେବା ପାଇଁ ତେବେ ଫୁଲବାଣୀ ନୂତନ ମେଡିକାଲ କଲେଜ ଏବେ ଖାଲି ରୋଗୀଙ୍କୁ ଭୁବନେଶ୍ୱର, ବ୍ରହ୍ମପୁର, ଏମ୍ସ ହସ୍ପିଟାଲ କୁ ରେଫର ହିଁ କରୁଛନ୍ତି । କେବେ ଏହି ନୂତନ ମେଡିକାଲ କଲେଜ କନ୍ଧମାଳର ରୋଗୀଙ୍କୁ ବାହାରକୁ ନ ପଠାଇ ଫୁଲବାଣୀରେ ଚିକିତ୍ସା କରିବାକୁ ସକ୍ଷମ ହେବ ତାହା ଦେଖିବାକୁ ବାକି ରହିଲା

Leave a Reply

Your email address will not be published. Required fields are marked *