ଜିଲ୍ଲା ସ୍ତରୀୟ କଳା ଉତ୍ସବରେ ତବଲା ବାଦନରେ ସୁଶୀଲ ପ୍ରଥମ

ଅଦ୍ୟ ତା -୧୫-୧୦-୨୦୨୫ ରିଖ ଜିଲ୍ଲା ସ୍ତରୀୟ କଳା ଉତ୍ସବରେ ବାଦ୍ୟଯନ୍ତ୍ର ବାଦନ ବିଭାଗ ଅଧିନରେ(ତବଲା ବାଦନରେ)।ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଶ୍ରୀବନ୍ତଦେଇପୁରର ଦଶମ ଶ୍ରେଣୀ ଛାତ୍ର ସୁଶୀଲ କୁମାର ନାଏକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।ଏହା ନୟାଗଡ଼ ଡି ଆର ଡି ଏ ଠାରେ ଥିବା ସୃଜନ ସଭାଗୃହରେ ଅନୁଷ୍ଠିତ ହୋଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବାନଲତା ବେହେରା ସନ୍ଧ୍ୟାରାଣୀ ରାଉତ ଓ ଗୀତାଞ୍ଜଳୀ ସାହୁ କାର୍ଯକ୍ରମରେ ଉପସ୍ଥିତ ଥିଲେ ।ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଶ୍ରୀବନ୍ତଦେଇପୁରର ସହକାରୀ ଶିକ୍ଷକ ଡକ୍ଟର ପ୍ରତାପ କୁମାର ପରିଡ଼ା, ଗାଇଡ ଟିଚର ଭାବରେ ତତ୍ ସହିତ ଜିଲ୍ଲା ସମଗ୍ର ଶିକ୍ଷା ବିଭାଗ ତରଫରୁ ଶୁଭ ମ୍ୟାଡାମ୍, ଶ୍ରାବଣୀ ମ୍ୟାଡାମ୍ , ବଳରାମ ଦାସ,ଯୋଗଦାନ ଓ ସହଯୋଗ କରିଥିଲେ । ଜୋନାଲ ସ୍ତରୀୟ କଳା ଉତ୍ସବ ଆସନ୍ତା ତା ୧୭.୧୦.୨୦୨୫ ରିଖ ଖୋର୍ଦ୍ଧା ଜିଲ୍ଲାରେ ହେବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *