ଏଫସିଆଇ ଛକ ସ୍ଥିତ ମହାକାଳେଶ୍ଵର ବଣିକ ସଙ୍ଘ ର ମା ଗଜଲଷ୍ମୀ ଙ୍କ ବିସର୍ଜନ ପର୍ବ
ଏଫସିଆଇ ଛକ ସ୍ଥିତ ମହାକାଳେଶ୍ଵର ବଣିକ ସଙ୍ଘ ର ମା ଗଜଲଷ୍ମୀ ଙ୍କ ବିସର୍ଜନ ପର୍ବ ।
କନ୍ଧମାଳ, ଫୁଲବାଣୀ ସହରର ଏଫ ସି ଆଇ ଛକ ସ୍ଥିତ ମହାକାଳେଶ୍ଵର ବଣିକ ସଙ୍ଘ ପକ୍ଷରୁ ବହୁ ଆଡ଼ମ୍ବରରେ ମାଗଜଲଷ୍ମୀ ଙ୍କର ପୂଜା ଅନୁଷ୍ଠିତ ହୋଇଯାଇଛି । ନୀତିନିୟମ ଅନୁଯାୟୀ ପୂଜକ ମାନେ ପୂଜା ଅର୍ଚ୍ଚନା କରି ଥିଲେ ।!ଅହରହ ମା ଙ୍କର ଶ୍ଳୋକଗାନ କରାଯାଇଥିଲା, ଏହି ଅବସରରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏକ ନାଟକ ପରିବେଷଣ କରାଯାଇଥିଲା । ଚତୃର୍ଥ ଦିନରେ ମଙ୍କ ଭକ୍ତ ମାନଙ୍କ ଓ ସର୍ବସାଧାରଣ ପାଇଁ ଅପେରାର ଆୟୋଜନ କରାଯାଇଥିଲା । ଅପେରା ଓ ନାଟକ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଉଦ୍ଦେଶ୍ୟରେ ଅର୍ନ୍ନ ପ୍ରସାଦ ପ୍ରଦାନ କରାଯାଇଥିଲା ଏହି ଠାରେ ମାଙ୍କ ବିସର୍ଜନ ବହୁ ଧୂମଧାମରେ ପାଳିତ କରାଯାଇଥିଲା । ଏକ ବିରାଟ ପଟୁଆରରେ ମା ଙ୍କୁ ଶୋଭାଯାତ୍ରା କରି ସହର ପରିକ୍ରମା କରାଯାଇ । ନୃତ୍ୟ ସାଙ୍ଗକୁ ଅ।ତାଶ ବାଜି ରେ ବହୁ ଆଡମ୍ବରରେ ବିସର୍ଜନ କରାଯାଇଥିଲା । ପୂଜାର ସୁପରିଚାଳନା ପାଇଁ ସଙ୍ଘର ସଭାପତି ଶଙ୍କର ପାଣିଗ୍ରାହୀ ଙ୍କୁ ଦାୟିତ୍ୱ ବଣ୍ଟନ କରିଥିଲେ! ଦେବୀ ମିଶ୍ର, ରାକେଶ ମିଶ୍ର, ପ୍ରକାଶ ପରିଡା ଓ ପ୍ରକାଶ ବେହେରା ପୂଜା ଦାୟିତ୍ୱରେ ଥିଲେ ।କୋଷାଧକ୍ଷ ସୁକୁମାର ତ୍ରିପାଠୀ ସମସ୍ତ ଆର୍ଥିକ ବ୍ୟାପାର ବୁଝି ଥିବା ବେଳେ ସମ୍ପାଦକ ରବୀନ୍ଦ୍ର ସାହୁ ଓ ଉପସଭାପତି ବଟ କିଶୋର ଦାସ ସମସ୍ତ ଆୟୋଜନ ଦାୟିତ୍ୱ ନେଇଥିଲେ ।।କମିଟିର ଉପଦେଷ୍ଟା ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି, ପ୍ରଶାନ୍ତ ସ୍ୱାଇଁ ସାମୁହିକ ପରାମର୍ଶ ଦେଇଥିଲେ । ଦୀର୍ଘ ତିରିଶ ବର୍ଷ ଧରି ସଙ୍ଘପକ୍ଷରୁ ମାଗଜଲଷ୍ମୀ ଙ୍କ ପୂଜା ହୋଇଆସୁଅଛି ବୋଲି ପ୍ରଶାନ୍ତ ମିଶ୍ର ପ୍ରକାଶ କରିଛନ୍ତି ।
