ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସଭ ସୁରଭି ୨୦୨୫

ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସଭ ସୁରଭି ୨୦୨୫ ଉଦଯାପିତ।
ରଘୁନାଥପୁର:-୧୫/୧୦:- ରଘୁନାଥପୁର ବ୍ଲକ ତଂଅରା ପଞ୍ଚାୟତ ରାମଚନ୍ଦ୍ରପୁର ସ୍ଥିତ ଜୟପ୍ରକାଶ ଶିକ୍ଷା ନି କେତନ ଓ ଚର୍ଚ୍ଚିକାଇ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଉଦଯାପିତ ହୋଇଯାଇଛି ।ଅପରାହ୍ନରେ ଆୟୋଜିତ ଉଦଯାପନୀ ଉତ୍ସବରେ ମଣ୍ଡଳ ସହ ଶିକ୍ଷାଧିକାରୀ ଆଶୁତୋଷ ବାନାର୍ଜୀ ପୌରହିତ୍ୟ କରିଥିଲେ।ଏଥିରେ ତିର୍ତ୍ତୋଲ ବିଧାୟକ ଡ ରମାକାନ୍ତ ଭୋଇ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଗୁଋଷିଶ୍ୟର ପରମ୍ପରା ଓ ଶିକ୍ଷକଙ୍କ ଦାଇତ୍ୱବୋଧତା ସମ୍ପର୍କରେ ଆଲୋକପାତ କରିଥିଲେ।ଏହାଛଡା ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ଦିଗଦର୍ଶନ ଦାଇତ୍ୱ ଶିକ୍ଷକଙ୍କ ଉପରେ ନ୍ୟସ୍ତ ବୋଲି ସେ ପ୍ରକାଶ କରିଥିଲେ।ଅନ୍ୟତମ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧକ୍ଷା ଲକ୍ଷ୍ମୀ ବେହେରା,ଜିଲ୍ଲାପରିଷଦ ସଭ୍ୟା ଇତିଶ୍ରୀ ମଲ୍ଲିକ,ସ୍ଥାନୀୟ ସରପଞ୍ଚ ବଟକୃଷ୍ଣ ନାୟକ, ସମିତି ସଭ୍ୟା ଶାନ୍ତିଲତା ଦ୍ୱିବେଦୀ,ପରିଚାଳନା କମିଟି ସଭାପତି ଇଂ ବାବାଜି ଚରଣ ଜେନା,ସମ୍ପାଦକ ଜୟପ୍ରକାଶ ଜେନା, ବିଶ୍ୱ ଓଡିଆ ସଙ୍ଗଠନର ସଭାପତି ଡ ସୁରେନ୍ଦ୍ରନାଥ ମହାପାତ୍ର,ପଞ୍ଚସଖା ଶିକ୍ଷା ସେତୁ ସଭାପତି ମାନସ କୁମାର ମହାପାତ୍ର ଓ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନ୍ଦନା ନାୟକ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ଶିକ୍ଷକ ନେତା ଦେବାଶିଷ ବେହେରା ଅତିଥି ପରିଚୟ ଓ ସୁକାନ୍ତ ଦ୍ୱିବେଦୀ ଧନ୍ୟବାଦ ପ୍ରଦାନ କରିଥିଲେ।ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ ସୁଶାନ୍ତ କୁମାର ମହାନ୍ତି ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ।ଏହି ଉପଲକ୍ଷେ ଆୟୋଜିତ ସଭାରେ ଦାୟୀତ୍ୱରେ ଥିବା ମଣ୍ଡଳ ଶିକ୍ଷାଧିକାରୀ ମଧୁସ୍ମିତା ପତି ଅଧ୍ୟକ୍ଷତା କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ଡ ମହାନ୍ତି ଛାତ୍ରୀଛାତ୍ରଙ୍କୁ ଦିଗଦର୍ଶନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ମଣ୍ଡଳ ସହ ଶିକ୍ଷାଧିକାରୀ ବାନାର୍ଜୀଙ୍କ ସହ ଅନ୍ୟମାନେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।ପ୍ରଧାନଶିକ୍ଷକ ରଞ୍ଜନ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରି ଆୟୋଜିତ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ସିଆରସିସି ଦିଲୀପ କୁମାର ସ୍ବାଇଁ ଧନ୍ୟବାଦ ଦେଇଥିଲେ।ଏହି ଅବସରରେ ସିଆରସିସି ନିରଞ୍ଜନ ସାହୁ,ଭାସ୍କର ମୁଦୁଲି, ଯଜ୍ଞବଲ୍କ ମିଶ୍ର, ତରୁଣ କୁମାର ଜେନା,ମଧୁସ୍ମିତା ସେନାପତି,ସୋନା ମହାନ୍ତି,ଚତୁର୍ଭୁଜ ନାୟକ,ବିରୁପାକ୍ଷ ସେଠୀ, ଚିନ୍ମୟ କୁମାର ରଥ, ପ୍ରଶାନ୍ତ ରାଉତ ଓ ସେକ ସମିମ୍ଉଦୀନ ଙ୍କ ତତ୍ତ୍ଵାବଧାନରେ ୩୦୦ ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବିତର୍କ, ପ୍ରବନ୍ଧ ଲିଖନ,ବକ୍ତୃତା,ଚିତ୍ରାଙ୍କନ, କୁଇଜ୍,ସୃଜନଶୀଳତା, ପିଏମ ପୋଷଣ,ସଙ୍ଗୀତ,ଓଡ଼ିଆ ହସ୍ତାକ୍ଷର,ଚିତ୍ରକଳା,ଶିଳ୍ପକଳା, ଶୃତଲିଖନ,ୟୁନାଇଟେଡ ନେଶନ ପାଭିଲିଆନ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ କୃତିତ୍ୱ ହାସଲ କରିଥିବା ଶିକ୍ଷାର୍ଥୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।ଏହାଛଡା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରୀଛାତ୍ର ମାନେ ଜିଲ୍ଳାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ପବିତ୍ର କୁମାର ସ୍ବାଇଁ,ସୁଧୀର କୁମାର ସାହାଣୀ, ସୁବାଷ ଚନ୍ଦ୍ର ନାୟକ,ଧରଣୀଧର ଜେନା, ସୁଧୀର ନାୟକ,ସୁରେନ୍ଦ୍ରନାଥ ଦ୍ଵିବେଦୀ, ବିଶ୍ଣୁଚନ୍ଦ୍ର କର,ସାରଦା ପ୍ରସାଦ ନାୟକ, ବୀଣାପାଣି ବେହେରା, ନିରୋଦ ଜେନା ଓ ବିଭିନ୍ନ ସ୍କୁଲରୁ ଆସିଥିବା ଶିକ୍ଷକମାନେ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *