ଜଗତସିଂହପୁର ସହର ମଧ୍ୟରେ ଥିବା ବିଭିନ୍ନ ହୋଟେଲ ଉପରେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଚଢ଼ାଉ
ଜଗତସିଂହପୁର ସହର ମଧ୍ୟରେ ଥିବା ବିଭିନ୍ନ ହୋଟେଲ ଉପରେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଚଢ଼ାଉ । ଖାଦ୍ୟର ମାନ ଯାଞ୍ଚ ସହ ଖାଦ୍ୟ ସାମ୍ପୁଲ ସଂଗ୍ରହ ।
ଜଗତସିଂହପୁର ସହର ମଧ୍ୟରେ ଥିବା ହୋଟେଲ ଉପରେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଚଢ଼ାଉ । ଖାଦ୍ୟର ମାନ ଯାଞ୍ଚ ସହ ଖାଦ୍ୟ ସାମ୍ପୁଲ ସଂଗ୍ରହ କରିଛନ୍ତି ଅଧିକାରୀ । ଦୀର୍ଘ ଦିନ ହେବ ବିଭିନ୍ନ ହୋଟେଲରେ ଖାଦ୍ୟ ଅପମିଶ୍ରଣ ଅଭିଯୋଗ ହେଉଥିଲା ।

ଆଜି ପୌର ନିର୍ବାହୀ ଅଧିକାରୀଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ସମିତା ଦାସଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା । ସହର ମଧ୍ୟରେ ଥିବା ୪ଟି ହୋଟେଲ ଉପରେ ଏହି ଟିମ ଚଢ଼ାଉ କରି ଖାଦ୍ୟର ମାନ ଯାଞ୍ଚ କରିବା ସହିତ ସାମ୍ପୁଲ କଲେକ୍ସସନ କରିଛନ୍ତି । ପାରାଡାଇଜରୁ ହୋଟେଲରୁ ବାସୀ ଖାଦ୍ୟ ବାହାରିବାକୁ ନେଇ ୧୦୦୦ ଟଙ୍କା ଫାଇନ ଆଦାୟ କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ନୋଟିସ ଜାରି କରାଯାଇଛି ।
