ପୁରୀ ଜିଲ୍ଲାରେ ବର୍ତ୍ତମାନ ବାଇକ ସହ ବିଭିନ୍ନ ଦାମୀ ଗାଡି ରୀତିମତ ଭାବରେ ଚୋରି ହେଉଛି

ପୁରୀ ଜିଲ୍ଲାରେ ବର୍ତ୍ତମାନ ବାଇକ ସହ ବିଭିନ୍ନ ଦାମୀ ଗାଡି ରୀତିମତ ଭାବରେ ଚୋରି ହେଉଛି। ଚୋରି ଭୟରେ ଲୋକେ ବାହାରେ ଗାଡି ରଖିବା ମଧ୍ୟ ଅସୁରକ୍ଷିତ ମଣୁଛନ୍ତି। ସମୁଦ୍ରକୁଳ ଥାନା ପୋଲିସ ୨ଜଣ ବାଇକ ଚୋରକୁ ଧରିବାରେ ସଫଳ ହୋଇଥିବା ବେଳେ ୪ଟି ବିଭିନ୍ନ କମ୍ପାନୀର ବାଇକ ସହ ଗୋଟେ ଗାଡି ସ୍ପେୟାର ପାର୍ଟସ ଜବତ କରି ୨ଜଣ ବାଇକ ଚୋରକୁ କୋର୍ଟ ଚାଲାଣ କରିଛି ।ସୂଚନା ଅନୁଯାଇ ସମୁଦ୍ରକୁଳ ଥାନାରେ ବାଇକ ଚୋରି ହୋଇଥିବା ନେଇ ମାମଲା ରୁଜୁ ହୋଇଥିଲା । ଏହାର ତଦନ୍ତ କରି ଚୋରି କରିଥିବା ବ୍ୟକ୍ତି ଓ ଚୋରି ବାଇକକୁ ଜବତ କରିଥିବା ବେଳେ ସମ୍ପୃକ୍ତ ବାଇକ ଚୋର ନାମରେ ଜିଲ୍ଲା ଓ ଜିଲ୍ଲା ବାହାରେ ଏକାଧିକ ମାମଲା ଥିବା ପୁଲିସ ତଦନ୍ତରୁ ଜଣାପଡିଛି। ତେବେ ବାଇକ ଚୋରି କରିଥିବା ଯୁବକ ହେଉଛନ୍ତି ସଦରଥାନା ଅଞ୍ଚଳର ଅଜୟ ଭୋଇ ଓ ରାମଚଣ୍ଡୀ ଥାନା ଅଞ୍ଚଳର ପ୍ରକାଶ କୁମାର ବାରିକ l ତଦନ୍ତ ପରେ ବିଭିନ୍ନ ଜାଗାରେ ରଖିଥିବା ଚାରୋଟି ବାଇକ ଓ ଗୋଟେ ବାଇକ ର ସ୍ପେୟାର ପାର୍ଟସ ଜବତ କରିଥିବା ବେଳେ ସମୁଦ୍ରକୂଳ ଥାନାରେ ମାମଲା ରୁଜୁ କରି ବାଇକ ଚୋରି କରିଥିବା ୨ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି l

Leave a Reply

Your email address will not be published. Required fields are marked *