ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ।
ରଘୁନାଥପୁର:-୧୭/୧୦ ଆଜି ଦିନ ୧୧ଘଟିକା ସମୟରେ ରଘୁନାଥପୁର ପଞ୍ଚାୟତ ସମିତି ସଭା ଗୃହ ଠାରେ ରଘୁନାଥପୁର ବିଡ଼ିଓ ବିରଞ୍ଚି ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଆସନ୍ତା ଅକ୍ଟୋବର ୨୩ତାରିଖରେ ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟାଳୟରେ ହେବାକୁ ଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରଘୁନାଥପୁର ସିଡିପିଓ ତୃପ୍ତିଲତା ମହାନ୍ତି, ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ପ୍ରଭାସ କୁମାର ସ୍ବାଇଁ,ଅଗ୍ନିଶମ ବିଭାଗର ରାମକୃଷ୍ଣ ପଣ୍ଡା, ବିଆରଟି ରବିନ୍ଦ୍ରକୁମାର ଦାସ ଓ ସସ୍ମିତା ରାଉତ ପ୍ରମୁଖ ଯୋଗ ଦେଇ ଏହି ଶିବିରକୁ କିପରି ଭାବେ ଅଧିକ ସଂଖ୍ୟକ ଭିନ୍ନକ୍ଷମ ଲୋକ ଆସିପାରିବେ ସେ ଦିଗରେ ପ୍ରଚାର ପ୍ରସାର କୁ ଗୁରୁତ୍ଵ ଦେବା ସହ ଆଶ୍ରୟ ସ୍ଥଳ, ଖାଦ୍ୟ ପାନୀୟ, ଶାନ୍ତି ଶୃଙ୍ଖଳା ସହ ଡାକ୍ତରଙ୍କୁ ଦେଖାଇବା ନିମନ୍ତେ ଅଧିକ ସଂଖ୍ୟକ କର୍ମଚାରୀ ନିୟୋଜିତ କରିବା ଏହି ଶିବିର ରେ ନୂଆ କାର୍ଡ କରିବା ସହ ପୁରୁଣା ମାନୁଆଲ କାର୍ଡ କୁ ଡିଜିଟାଲ କରିବା ଆଦି କରାଯିବ ବୋଲି ବିଡ଼ିଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି
