ମା’ କାଳିତ୍ରା ଟ୍ରକ୍ ମାଲିକ ସଂଘ ଜିଲ୍ଲାପାଳ ଅଫିସ ସମ୍ମୁଖ ରେ ଧାରଣା

ମା’ କାଳିତ୍ରା ଟ୍ରକ୍ ମାଲିକ ସଂଘ ଜିଲ୍ଲାପାଳ ଅଫିସ ସମ୍ମୁଖ ରେ ଧାରଣା

ଭଦ୍ରକ:- ମା’କାଳିତ୍ରା ଟ୍ରକ ମାଲିକ ସଂଘ ପକ୍ଷରୁ ୧୬ ନଂ ଜାତୀୟ ରାଜପଥର ଭାଗଡା-ନାରାୟଣପୁର ଟୋଲଗେଟ ସମ୍ମୁଖରେ ଧାମରା ବନ୍ଦରରୁ ମାଲ ପରିବହନ ସୁଯୋଗ ଦାବିରେ ବୁଧବାର ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ଧାରଣା ଗୁରୁବାର ଅବ୍ୟାହତ ରହିଛି । ଗୁରୁବାର ଅପରାହ୍ନରେ ଉପଖଣ୍ଡ ପୁଲିସ ଅଧିକାରୀ ତ୍ରିଲୋଚନ ସେଠୀ, ଥାନାଧିକାରୀ କମଳାକାନ୍ତ ଦାସଙ୍କ ନେତୃତ୍ୱରେ ପୁଲିସ ଧାରଣାରତ ୧୪ ଜଣ ମାଲିକମାନଙ୍କୁ ସୁରକ୍ଷା ବଳ ସହାୟତାରେ ଉଠାଇ ନେଇଥିବା ଜଣାଯାଇଛି । ଧାରଣାକାରୀଙ୍କ ଦ୍ଵାରା ଅଟକ ଥିବା ଧାମରାଇ ମାଲ ପରିବହନ କରିଆସୁଥିବା ୨୦ଟି ଟ୍ରକ କୁ ପୁଲିସ ଜବତ କରିଥିବା ଜଣାଯାଇଛି।ଧାରଣାଚାରୀଙ୍କୁ ପୁଲିସ ପ୍ରଥମେ ଭଣ୍ଡାରିପୋଖରୀ ଥାନା, ପରେ ଗ୍ରାମାଞ୍ଚଳ ଥାନା ଓ ରିଜର୍ଭ ପୁଲିସ କାର୍ଯ୍ୟାଳୟକୁ ନେଇ ଅଟକ ରଖିଥିବା ସୂଚନା ମିଳିଛି। ଦ୍ଵିତୀୟ ପର୍ଯ୍ୟାୟ ଧରଣା ସମୟରେ ବଇଥିବୋଲା ଟ୍ରକ ଆସୋସିଏସନ ପକ୍ଷରୁ ମା’କାଳିତ୍ରା ଟ୍ରକ ମାଲିକ ସଂଘ ବିରୋଧରେ ଅଭିଯୋଗ ଆଧାରରେ ମାମଲା ରଜୁ ହୋଇଥିଲାଆଜିଧାରଣାକାରୀମାନଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ସୂଚନା ମିଳିଛି। ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ପୁଲିସ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ଭଣ୍ଡାରିପୋଖରୀ, ଓ ଧାମନଗର ଟ୍ରକ ମାଲିକମାନଙ୍କ ଦ୍ଵାରା ଗଠିତ ଏହି ସଂଘରେ ଅନୁବନ୍ଧିତ ଟ୍ରକଗୁଡିକୁ ଧାମରା ବନ୍ଦରରୁ ପରିବହନ ସୁଯୋଗକୁ ଉଦ୍ଦେଶ୍ୟମୂଳକ ଭାବେ ବାଧା ଦିଆଯାଉଛି। ଜିଲ୍ଲା ଓ ଜିଲ୍ଲା ବାହାରର ଟ୍ରକ ମାଲିକ ସଂଘଗୁଡିକୁ ପରିବହନ ସୁଯୋଗମିଳୁଥିବାବେଳେ ମା’କାଳିତ୍ରା ସଂଘକୁ ବୈମାତ୍ମକ ମନୋଭାବ ଯୋଗୁ ଏଥିରୁ ବଞ୍ଚିତ କରାଯାଉଥିବା ଅଭିଯୋଗ କରି ମା’କାଳିତ୍ରା ଟ୍ରକ ମାଲିକ ସଂଘ ପକ୍ଷରୁ ବାରମ୍ଵାର ଧାରଣା ହୋଇଛି। ଏଥିପାଇଁ ସଂଘ ପକ୍ଷରୁ ୩ ଦଫା ଦାବି ରଖାଯାଇଛି । ଧାମର ବନ୍ଦରରୁ ୧୫ ଶତାଂଷ ମାଲ ପରିବହନ ସୁଯୋଗ ମିଳିବା, ଧାମରର ସ୍ଥାନୀୟ ସଂଘ ବ୍ୟତୀତ ଜିଲ୍ଲାର ଅନ୍ୟ ସମସ୍ତ ସଂଘକୁ ସମାନ ପରିବହନ ସୁବିଧା ଯୋଗାଇ ଦିଆଯିବା ଓ କଇଥିକୋଲା ଟ୍ରକ ଆସୋସିଏସନ ପକ୍ଷରୁ ମା’କାଳିତ୍ରା ଟ୍ରକ ମାଲିକ ସଂଘ ବିରୋଧରେ ଦିଆଯାଇଥିବା ଏଫଆଇଆର, ପ୍ରତ୍ୟାହାର କରାଯିବାକୁ ଦାବି କରାଯାଇଛି।ଆଜି ସକାଳ ଠାରୁ ଜିଲ୍ଲାପାଳ ଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେଇଛନ୍ତି। ଯଦି ୧୪ ଜଣ ଟ୍ରକ ମାଲିକ ଙ୍କୁ ଛଡା ନ ଯିବ ଧର୍ମ ଘଟ ଜାରୀ ରହିବ ବୋଲି ସଂଘ ର ସଭାପତି କହିଛନ୍ତି।

Leave a Reply

Your email address will not be published. Required fields are marked *