ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡି ଠାରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ର ଶୁଭାରମ୍ଭ
ଜଗତସିଂହପୁରଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡି ଠାରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ର ଶୁଭାରମ୍ଭ ହୋଇଛି । ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର୍ ବିଜେଡି ବିଧାୟକ ଡ଼ଃ ରମାକାନ୍ତ ଭୋଇ ଙ୍କ ନେତୃତ୍ୱରେ ବିରିଡି ବ୍ଲକ ବିଜେଡି ସଭାପତି ରବିନ୍ଦ୍ର ରାଉଳ, ପୂର୍ବତନ ବିଜେଡି ଜିଲ୍ଲା ସଭାପତି ରବିନାରାୟଣ ଜେନା, ଜିଲ୍ଲା ପରିଷଦ ସଭ୍ୟା, ବ୍ଲକ ଉପାଧ୍ୟକ୍ଷାଙ୍କ ସହ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ବିଜୁ ଜନତା ଦଳର ନେତା ଓ କର୍ମୀ ମାନେ ଏହି ଜନ ସମ୍ପର୍କ ପଦଯାତ୍ରା ସାମିଲ ହୋଇଥିଲେ । ବିରୋଧୀ ଦଳ ହିସାବରେ ବିଜୁ ଜନତା ଦଳକୁ ଆଗକୁ କିପରି ସଂଗଠିତ କରାଯାଇ ପାରିବ ସେ ନେଇ ଏହି ପଦଯାତ୍ରା ର ମୁଖ୍ୟ ଲକ୍ଷ ବୋଲି ତିର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ କହିଥିବା ବେଳେ ବିଜେଡି କର୍ମୀ ମାନେ ବେଶ ଉତ୍ସାହିତ ଥିବା ଦେଖାଯାଇଛି । ଆଜି ଏହି ପଦଯାତ୍ରା ବିରିଡି ଠାରେ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ବିଭିନ୍ନ ବ୍ଲକ, ପଂଚାୟତ ମାନଙ୍କରେ କରାଯିବ ବୋଲି ବିଜେଡି ନେତା ଓ କର୍ମୀ ମାନେ କହିଛନ୍ତି । ଓଡ଼ିଶାର ବିକାଶର ବାର୍ତ୍ତା କିପରି ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବ ଓ ବିଭିନ୍ନ ଜନହିତକର ଯୋଜନା କିପରି ଘରେ ଘରେ ପହଞ୍ଚିବ ସେ ନେଇ ଏହି ଜନ ସମ୍ପର୍କ ପଦଯାତ୍ରା ର ଲକ୍ଷ୍ୟ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।
ଜଗତସିଂହପୁରରୁ ରୀତା ସାହୁ
