ଦୀପାବଳୀ ରେ ବାଣ ଫୁଟାଇବା ଉପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସଚେତନତା
ପୁରୀ ୧୯/୧୦ ଦୀପାବଳୀ ଉତ୍ସବ କୁ ସୁରକ୍ଷା ର ସହ ପାଳନ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସତର୍କତା ଓ ସଚେତନତା ନିର୍ଦ୍ଦେଶନାମା ଜାରି କରାଯାଇଛି।ପୁରୀ ଜିଲ୍ଲା ରେ ଏହି ନିର୍ଦ୍ଦେଶନାମା କୁ ସମସ୍ତ ଜନ ସାଧାରଣ ଅନୁପାଳନ ସହ ସୁରକ୍ଷିତ ଦୀପାବଳୀ ପାଳନ ପାଇଁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମସ୍ତଙ୍କୁ ଅନୁରୋଧ କରିଛନ୍ତି।ଜିଲ୍ଲାପାଳ ସମସ୍ତଙ୍କୁ ଦୀପାବଳୀର ଶୁଭେଚ୍ଛା ଜଣେଇବା ସହ ସୁରକ୍ଷିତ ଦୀପାବଳୀ ପାଇଁ ଅନୁରୋଧ କରିଛନ୍ତି।ଦୀପାବଳୀକୁ କେବଳ ଦୀପ ଜଳାଇ ପାଳନ କରନ୍ତୁ ଏବଂ ବାଣ ଫୁଟାଇବା ସମୟ ସଂଧ୍ୟା ୭ ରୁ ୯ ଟା ପର୍ଯ୍ୟନ୍ତ ସୀମିତ ରଖନ୍ତୁ।ଅଧିକ ଶବ୍ଦ କରୁଥିବା ବାଣ ଫୁଟାନ୍ତୁ ନାହିଁ, ବାଣର ଶବ୍ଦ ୧୨୫ ଡିସିବିଲରୁ ଅଧିକ ହୋଇ ପାରିବ ନାହିଁ, ଶାନ୍ତି କ୍ଷେତ୍ର ଯଥା ବଗିଚା, ପାର୍କ, ହସ୍ପିଟାଲ, ଶିକ୍ଷା ସଂସ୍ଥା, କୋର୍ଟ,ଧାର୍ମିକ ସ୍ଥାନ ଇତ୍ୟାଦି ର ୧୦୦ ମିଟର ଦୂରତା ମଧ୍ୟରେ ବାଣ ଫଟାଇବା ବର୍ଜିତ, କେବଳ ପରିବେଶ ଉପଯୋଗୀ ବାଣ ବା ଗ୍ରୀନ କ୍ରାକର୍ଶ ଖୋଲା ଜାଗାରେ ଫୁଟାଇବା ର ଅନୁମତି ରହିଛି, ଝୁପୁଡି,ଦୋକାନ, ଘର,ଅଗ୍ନି ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟତ ସ୍ଥାନରେ ବାଣ ଫୁଟାଇବାକୁ ଅନୁମତି ନାହିଁ,୧୦ ବର୍ଷ ରୁ କମ ବୟସ ର ଶିଶୁ ମାନେ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ଅନୁମତି ନାହିଁ, ମାନ୍ୟବର ସୁପ୍ରିମକୋର୍ଟ କେବଳ ଗ୍ରୀନ କ୍ରାର୍କଶ ବ୍ୟତୀତ ଅନ୍ୟ ସମସ୍ତ ବାଣ ର ଉତ୍ପାଦନ ଓ ବିକ୍ରି କୁ ନିଷେଧ କରିଛନ୍ତି,ଉପରୋକ୍ତ ନିୟମ ର ଅନୁପାଳନ ନ କଲେ ଓଡିଶା ଫାୟାର କ୍ରାକର୍ଶ ଆଣ୍ଡ ଲାଉଡ ସ୍ପିକର୍ସ (ରେଗୁଲେସନ) ଆକ୍ଟ ୧୯୫୮ ଓ ନଏଜ ପଲ୍ୟୁସନ( ରେଗୁଲେସନ ଆଣ୍ଡ କଣ୍ଟ୍ରୋଲ)ରୁଲସ ୨୦୦୦ ଅନୁସାରେ ଦଣ୍ଡନୀୟ କାର୍ଯ୍ୟ ଭାଗୀ ହେବେ।ଏ ସମ୍ବନ୍ଧରେ କୌଣସି ଅଭିଯୋଗ ଥିଲେ ସମ୍ବନ୍ଧିତ ଜିଲ୍ଲା ଓ ଉପ ବିଭାଗ ର ଜିଲ୍ଲା ମାଜିଷ୍ଟ୍ରେଟ, ଏଡିଏମ, ଏସଡିଏମ,ଏସପି, ଏଏସପି,, ଡିଏସପି, ଏସଡିପିଓ ଙ୍କ ନିକଟରେ ଦାଖଲ କରି ପାରିବେ,ବାଣ ଫୁଟାଇବା ସମୟରେ ନିକଟରେ ପାଣି କିମ୍ବା ବାଲି ରଖନ୍ତୁ, ବାଣକୁ ହାତରେ ଧରି ଜଳାନ୍ତୁ ନାହିଁ ଭୂମି ରେ ରଖି ଜଳାନ୍ତୁ,ବାଣ ଫୁଟିବା ସମୟରେ ସୁରକ୍ଷିତ ଦୂରତା କୁ ଯାଆନ୍ତୁ,ପ୍ରଥମ ଥରରେ ନ ଫୁଟିଥିବା ବାଣକୁ ପୁଣିଥରେ ଜଳାଇବାର ଚେଷ୍ଟା କରନ୍ତୁ ନାହିଁ, ବ୍ୟବହୃତ ବାଣ ଓ ତାହାର ଅବଶିଷ୍ଟ କୁ ସୁରକ୍ଷିତ ଭାବରେ ନିଷ୍କାସନ କରନ୍ତୁ, ଯାହା ଦ୍ବାରା ଅକସ୍ମାତ ଅଗ୍ନିକାଣ୍ଡ ରୁ ବଞ୍ଚାଯାଇ ପାରିବ, ପଶୁ ପକ୍ଷୀ ଙ୍କୁ ବାଣର ଧୁଆଁ ରୁ ଓ ଶବ୍ଦରୁ ସୁରକ୍ଷା କରନ୍ତୁ,କାରଣ ସେମାନେ ଏହା ପ୍ରତି ସ୍ଷର୍ଶକାତର।ବୃଦ୍ଧ ମାନେ ଓ ଶ୍ବାସ ରୋଗୀ ମାନେ ବାଣର ଧୂଆଁ ରୁ ଦୂରେଇ ରହିବାକୁ ପରାମର୍ଶ ଦିଆ ଯାଉଅଛି। ବାଣ ଫୁଟାଇବା ସମୟରେ ଆଖି ସୁରକ୍ଷା ପାଇଁ ପାରଦର୍ଶୀ ଚଷମା ପିନ୍ଧିବା ଏବଂ ଅତ୍ୟଧିକ ବାଣ ବ୍ୟବହାର କରିବା ପରିବର୍ତ୍ତେ ଦୀପ,ପ୍ରଦୀପ, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ସହ ପରିବେଶ ଅନୁକୂଳ ପ୍ରକାର ରେ ପର୍ବ ପାଳନକୁ ଊତ୍ସାହିତ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସତର୍କ କରାଯାଇଛି।
