ପୁରୀ ସମୁଦ୍ର କୂଳରୁ ଉଦ୍ଧାର ହେଲା ମୃତଦେହ।।
ଲାଇଟ ହାଉସ୍ ସମ୍ମୁଖ ସମୁଦ୍ର କୂଳରୁ ଲାଇଫ ଗାର୍ଡ ମାନେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏନେଇ ବଳିଆପଣ୍ଡା ଥାନା ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ପୋଲିସ। ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ସେପଟେ ଗତକାଲି ଭଦ୍ରକ ତିହିଡ଼ି ଅଞ୍ଚଳର ଦିନେଶ ବାରିକ ଓ ସବ୍ୟସାଚୀ ମହାନ୍ତି ସମୁଦ୍ରକୂଳ ସେକ୍ଟର ୧୨ ରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟରେ ପଡି ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ। ଲାଇଫଗାର୍ଡ ମାନେ ଦୀନେଶର ମୃତଦେହ ଉଦ୍ଧାର କରିଥିଲେ ମଧ୍ୟ ସବ୍ୟସାଚୀକୁ ଉଦ୍ଧାର କରିବା ପାଇଁ ସମୁଦ୍ରରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ତେବେ ଆଜି ସମୁଦ୍ରକୂଳରୁ ଉଦ୍ଧାର ହୋଇଥିବା ମୃତଦେହଟି ସବ୍ୟସାଚୀଙ୍କର ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି। ଘଟଣାର ତଦନ୍ତ ଜାରି ରହିଥିବାବେଳେ ଖୁବଶୀଘ୍ର ମୃତ ଯୁବକଙ୍କ ପରିଚୟ ମିଳିଯିବ ବୋଲି ପୋଲିସ ଆଶା ରଖିଛି।
