ଧୂମହୀନ ଦୀପାବଳୀ

ଧୂମହୀନ ଦୀପାବଳୀ

   🖊️କବିରତ୍ନ ନୂତନ କୁମାର ବେହେରା

ଜୀବନଧାରାର କ୍ରମେ ବହୁ ଦୁଃଖ କଷ୍ଟ ସହି
ବଞ୍ଚିବାକୁ ଚାହୁଁ ସୁସ୍ଥ ନିରୋଗ ନିରାମୟ,
ଜୀବନ ମୁକ୍ତ ସ୍ଵାଧୀନ ସ୍ଵତନ୍ତ୍ର ହେବାକୁ ସଭିଏଁ
କରୁ ନାନା ପ୍ରଚେଷ୍ଟା ଦୂରେଇବାକୁ ଭବ ଭୟ।
ରହୁ ବ୍ୟସ୍ତ ହେଉ ମାନସିକ ଚାପେ ବିବ୍ରତ
ପାଇବାକୁ ସାମୟିକ ଶାନ୍ତି ତୃପ୍ତି ସନ୍ତୋଷ,
ପାରମ୍ପାରିକ ରୀତିରେ ପାଳୁ ପୁନେଇଁ ପର୍ବ
ପ୍ରବାହିତ ସମୟ ନେଇ ଆସେ ତାର ସନ୍ଦେଶ।
ବାର ମାସରେ ତେର ପର୍ବର ଯାନୀ ଜାତ
ପୁରପଲ୍ଲୀରୁ ସହର ପାଳିତ ହୁଏ ଭଳି କି ଭଳି,
ତିଥି ଲଗ୍ନର ଶୁଭ ଅବସରରେ ନେଇ ଆସେ
ଦେବୀ ମା’ କାଳୀ’ଙ୍କର ପୂଜା ଓ ଦୀପାବଳୀ।
କାର୍ତ୍ତିକର ହେମନ୍ତରେ ଶିଶିର ଭିଜା ପ୍ରକୃତି
ଆନନ୍ଦ ଉଲ୍ଲାସ ଆଣିଦିଏ ସାରା ମୁଲକେ,
ଜଳାହୁଏ ଦୀପ ଫୁଟା ହୁଏ ଆତସବାଜି ବାଣ
ମଜା ମଉଜେ ବିଭୋର ହେଉ ଆଲୋକେ।
ସମୟ ହୋଇଯାଏ ତାର ଗତିରେ ଅତିକ୍ରାନ୍ତ
ପରିଣାମରେ ଦେଖାଦିଏ ବିଷମ ପରିସ୍ଥିତି,
ଧୂଳି ଧୂଆଁରେ ବାୟୁମଣ୍ଡଳ ହୁଏ ପ୍ରଦୂଷିତ
ପ୍ରଭାବରେ ଜନ ଜୀବନର ହୁଏ ବହୁତ କ୍ଷତି।
ଭାବିବାର ବେଳ ଆସିଛି ପ୍ରତିଟି ମଣିଷ ପାଇଁ
ଦୀପାବଳୀ ପାଳିତ ହୁଏ ଯେଉଁ ଢ଼ଙ୍ଗ ଢ଼ାଙ୍ଗେ,
ତାର କୁଫଳ ଯେ ସମସ୍ତଙ୍କ ଲାଗି ବିଷମୟ
ଏ କଥା ମନରୁ ଭୁଲିଯାଉ ଆନନ୍ଦର ମୁହୂର୍ତ୍ତେ।
ପରବର୍ତ୍ତୀ ସମୟେ ପ୍ରତିକ୍ରିୟା ହୁଏ ଭୀଷଣ
କରୁ ସିନା ଅନୁତାପ ସୁଧୁରେ ନାହିଁ ପରିବେଶ,
ଦୁଃଖଦ ଅଶ୍ରୁଳ ପୂର୍ଣ୍ଣହୁଏ ସୁନେଲି ଭବିଷ୍ୟତ
ବୁଝିସୁଝି ମଣିଷ ଡାକି ଆଣେ ତାର ସର୍ବନାଶ।
ଏଥି ପାଇଁ ରହିବାକୁ ହେବ ସଜାଗ ସଚେତନ
ଆନନ୍ଦ ବଦଳେ ଜୀବନ ନହେଉ ସଂକଟାପନ୍ନ,
ସଂଯମତାର ସହିତ ବୁଦ୍ଧି ଜ୍ଞାନେ କରି ବିଚାର
ଘୁଞ୍ଚାଇବା ବିପଦ ରହିବା ହସ ଖୁସିରେ ନିର୍ବିଘ୍ନ।
ଦାୟୀ ହେବାନି କେବେ ପ୍ରକୃତିକୁ କରି ଧ୍ଵଂସ
ଆସନ୍ତୁ ସଭିଏଁ ପାଳିବା ଧୂମହୀନ ଦୀପାବଳୀ,
ଶାନ୍ତ ସୁଧାର କରି ରଖିବା ସୁନ୍ଦର ପରିବେଶ
ସଜାଗ ରହିବା ସର୍ବେ ଘରେ ଘରେ ପର୍ବ ପାଳି।
ପୂର୍ଣ୍ଣ କରିବା ଆମର ଆଶା ସ୍ବପ୍ନ ମନସ୍କାମନା,
ବାସ୍ତବ ଆରାଧନାରେ ଢ଼ାଳିବା ଭକ୍ତିର ଅଞ୍ଜଳି।
ଦୀପାବଳୀକୁ କରିବା ଧୂମହୀନ ଦୀପାବଳୀ,
ହୃଦୟରୁ ଶାଶ୍ଵତ ଶାନ୍ତି ସୁଖ ପଡ଼ିବ ଉଛୁଳି।    ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
        ନବସୃଜନ ଇ-ପତ୍ରିକା
     କୋହି,ବାରିପଦା,ମୟୂରଭଞ୍ଜ
   ଦୂରାଭାଷ –୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *