ତରଙ୍ଗିରା ଠାରୁ ପାଟେଳିଆ କାର୍ଯ୍ୟ ନିମ୍ନମାନର ଅଭିଯୋଗ
ଗୋପ :- 21/10- ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବ୍ୟାପକ ପରିମାଣରେ ଅନିୟମିତତା ଅଭିଯୋଗ l ଗୋପ ତରଙ୍ଗିରା ଓଡିଶା ଆଦର୍ଶ ବିଦ୍ୟାଳୟ ଠାରୁ ପାଟେଳିଆ, ଭାୟା- ସାଇଁସା ନିମ୍ନମାନର କାର୍ଯ୍ୟ ନାଗସାହି, ଡ଼ିହସାହି ଠାରୁ ଅଖଣ୍ଡଳପୁର ରାସ୍ତା ର କାର୍ଯ୍ୟ ଅହେତୁକ ବିଳମ୍ବ ସହିତ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ l ତତ୍କାଳୀନ ସରକାର ଙ୍କ ସମୟରେ ଆରମ୍ଭ କରାଯାଇଥିଲା ସେତେବେଳେ ବିଧାୟକ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ l ତାଙ୍କ କରକାମଳ ରେ ଶୁଭଦଘାଟିତ ହୋଇଥିଲା l ଉକ୍ତ କାର୍ଯ୍ୟ ରେ କୌଣସି ସୂଚନା ଫଳକ ନାହିଁ l କାର୍ଯ୍ୟ ପାଇଁ କେତେଟଙ୍କା ବ୍ୟୟ ବରାଦ ହୋଇଛି ? କେତେ କଣ ସାମଗ୍ରୀ ବ୍ୟବହାର ହେଉଛି ତାର ସଠିକ ସୂଚନା ମଧ୍ୟ ନାହିଁ l ବର୍ତମାନ ଅଭିଯୋଗ କୁ ଭିତ୍ତିକରି କାର୍ଯ୍ୟ ରେ ବ୍ୟବହାର ହେଉଥିବା ଫେବର ବ୍ଲକ ଠାରୁ ସିମେଣ୍ଟ ବାଲି ଗୋଡି ଆଦି ସାମଗ୍ରୀ ଗୁଡିକ ଅତ୍ୟନ୍ତ ନିମ୍ନମାନର ବୋଲି ଜିଲ୍ଲାପାଳ ଙ୍କ ଜନଶୁଣାଣୀ ରେ ଅଭିଯୋଗ ହୋଇଛି l ଗତ 22/09/2025 ରିଖ ରେ ଗୋପ ବ୍ଲକ ରେ ଅନୁଷ୍ଠିତ ଜିଲ୍ଲାପାଳ ଙ୍କ ଜନଶୁଣାଣୀରେ, ଅଭିଯୋଗ ଆଣିଥିଲେ ବିଳ୍ପବୀ ସଂଗଠନ ର ସଭାପତି ଚନ୍ଦ୍ରକାନ୍ତ ସାହୁ, ରୁଦ୍ରପ୍ରତାପ ନାୟକ, ଚେତନା କୁମାର ନାୟକ, ରଞ୍ଜନ କୁମାର ନାୟକ, ଅଜୟ କୁମାର ବାରିକ ପ୍ରଭୁତି ଶତାଧିକ ଉକ୍ତ ଗ୍ରାମର ବ୍ୟକ୍ତି ମାନେ ଅଭିଯୋଗ କରିଛନ୍ତି l ସମସ୍ତ ଅଭିଯୋଗକାରୀ ଏରବଙ୍ଗ ଗ୍ରାମ ପଂଚାୟତର ବାସିନ୍ଦା ଅଟନ୍ତି । ରାସ୍ତା ଟି ଅତି ଦୟନୀୟ ଓ ନିମ୍ନମାନର ସହିତ ଅହେତୁକ ବିଳମ୍ବ ହେତୁ ଯାତାୟାତ ରେ ଘୋର ସମସ୍ୟା ସୃଷ୍ଟି ହେଉଛି। ରାସ୍ତାପାର୍ଶ୍ଵରେ ଯେଉଁ ଗାର୍ଡ଼ ଓ୍ବାଲ୍ ହୋଇଛି ତାହା ଅତି ନିମ୍ନମାନର ସିମେଟ ଓ ଡ୍ରଷ୍ଟ ଆଦି ସମଗ୍ର ବ୍ୟବହାର ହୋଇଛି । ଯାହାଫଳରେ କୀ ରାସ୍ତା ମଝିରେ ଖାଲ ଖମ୍ମା ହେତୁ ପାଣି ଜମିରହୁଛି l ଫେବର ବ୍ଲକ ରେ ଯେଉଁ ଇଟା ବ୍ୟବହାର ହେଉଛି ସେଗୁଡିକ ମଝିରୁ ଫାଟିଯାଉଛି l ଅନାବଶ୍ୟକୟୀ ସ୍ଥଳେ ଫେବର ବ୍ଲକ ବ୍ୟବହାର ହେଉଥିବା ଅଭିଯୋଗ ମଧ୍ୟ ଶୁଣିବାକୁ ମିଳୁଛି l ଏବେ ତାହା ଫାଟିଗଲାଣି ରାସ୍ତାରେ ଯେଉଁ ଇଟା ପଡିଛ ସେଥିମଧ୍ୟ ରୁ ଅଧିକାଂଶ ଦମସ୍ଥାନରେ ଖାଲ ଢ଼ିପ ହୋଇପଡ଼ିରହିଛି । ଯାହାଫଳରେ ସ୍ଥାନେ ସ୍ଥାନେ ପାଣି ଜମି ରହିବା ସହ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡ଼ିରେ ପଢ଼ୁଥିବା ଛୋଟ ଛୋଟ ପିଲାମାନେ ଝୁଣ୍ଟି ମୁହଁମାଡ଼ି ପଡୁଛନ୍ତି । ଯଦିଓ ଏ ବିଷୟରେ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା ସତ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି କାହିଁକି ? କାର୍ଯ୍ୟ କରୁଥିବା ଠିକାଦାର ଜାଣିଶୁଣି ସ୍ଥାନୀୟ ଅଞ୍ଚଳ ର କିଛି ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ଙ୍କୁ ହାତକରି ଅଭିଯୋଗକାରୀଙ୍କୁ ଭୟଭୀତ କରାଉଥିବା ର ଅଭିଯୋଗ ମଧ୍ୟ ଶୁଣିବାକୁ ମିଳୁଛି l ରାସ୍ତା ମଝିରେ ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ ଖୁଣ୍ଟ କୁ ଅନ୍ୟତର ସ୍ଥାନାନ୍ତରିତ କରାଗଲାନାହିଁ l କାର୍ଯ୍ୟ ସମ୍ପର୍କ ରେ ଅଧିକ ସୂଚନା ପାଇଁ ଆମ ପ୍ରତିନିଧି ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିଲା ନାହିଁ l ଗାଁ ଦଣ୍ଡ ମଝିରେ ଢଳାଇ ରାସ୍ତା ଆବଶ୍ୟକ ଥିବା ବେଳେ ଫେବର ବ୍ଲକ ବ୍ୟବହାର କରିବା କାହା ସ୍ୱାର୍ଥରେ ? ଜିଲ୍ଲାପାଳଙ୍କୁ ଅଭିଯୋଗ ସତ୍ତ୍ୱେ ଠିକାଦାର ଙ୍କ ବେଖାତାରୀ ମନଭାବ ଯୋଗୁ ଗ୍ରାମବାସୀ ଅସନ୍ତୋଷ l ବିନା ସୂଚନା ଫଳକ ରେ କୋଟି କୋଟି ଟଙ୍କା ର ବ୍ୟୟ ବରାଦ କାହା ସ୍ୱାର୍ଥ ରେ.. ଏଥିପ୍ରତି ରାଜ୍ୟ ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଦୁଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l
