କୋଣାର୍କ କିନ୍ନର ସଙ୍ଘ ପକ୍ଷରୁ ବହୁଚରା ମାତା ପୂଜା
କୋଣାର୍କ – ପବିତ୍ର ଦୀପାବଳୀ ଉତ୍ସଵ ଓ ଶ୍ୟାମାକାଳୀ ପୂଜା ଅବସରରେ କୋଣାର୍କ କିନ୍ନର ସଙ୍ଘ ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସ ଠାରେ ବହୁଚରା ମାତା ପୁଜା ଓ ହୋମଯଜ୍ଞ ଆୟୋଜିତ ହୋଇଯାଇଛି। ସଙ୍ଘ ପ୍ରତିଷ୍ଠାତା ସଭାନେତ୍ରୀ ଦିପସା କିନ୍ନରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ପୂଜାରେ କିନ୍ନର ସମ୍ପ୍ରଦାୟର ଦେବୀ ବହୁଚରା ମାତାଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆୟୋଜିତ ହୋଇଥିଲା। ସମସ୍ତ କିନ୍ନର ମାନେ ଏଥିରେ ସହଯୋଗ କରି ମାତା ଓ ଗୁରୁ ମାତାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ। ପୂଜା ସ୍ଥଳରେ ଶତାଧିକ ଭକ୍ତ ମାନେ ପହଞ୍ଚି ଆଶୀର୍ବାଦ ଗ୍ରହଣ କରିବା ସହ କିନ୍ନର ମାନଙ୍କୁ ସହାୟତା ପ୍ରଦାନ କରିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କିନ୍ନର ଶାନ୍ତି, ଶିବାନୀ, ଲକ୍ଷ୍ମୀ, ସନ୍ଧ୍ୟା, ସୁକାନ୍ତି, ସସ୍ମିତା, ଗଙ୍ଗା, ତୁଳସୀ, କାଜଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
