ଅପରେସନ ଚକ୍ର ଅଭିଯାନ
ଅପରେସନ ଚକ୍ର ଅଭିଯାନ ରେ ୩ ଜଣ କୁଖ୍ୟାତ ପେଷାଦାର ଅପରାଧି ଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ନିୟମିତ ଭାବରେ ମାଦକ ଦ୍ରବ୍ୟ ସେବନ କରି କଟୁରୀ ଏବଂ ଛୁରୀ ଦେଖାଇ ଉଠା ଦୋକାନୀ ଓ ଠେଲା ଦୋକାନୀଙ୍କୁ ଭୟଭୀତ କରାଇ ସୋମାନଙ୍କଠାରୁ ଦାଦାବଟି ଆଦାୟ କରିବା ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରି ସଙ୍ଗିନ୍ ଅଭିଯୋଗ ରହିଛି ସୋମାନଙ୍କ ନାମରେ। ଭୟରେ କେହି କିଛି ପ୍ରତିବାଦ କରନ୍ତି ନାହିଁ କି ଅଭିଯୋଗ ଦିଅନ୍ତି ନାହିଁ। ଗତକାଲି ବିଳମ୍ବିତ ରାତିରେ ଏବଂ ଆଜି ଦିନ ସମୟରେ ଏହିପରି ଦୁଇଟି ପୃଥକ ଘଟଣାରେ ଟାଉନ ଥାନା ପୋଲିସ୍ ନିଜ ତରଫରୁ ଦୁଇଟି ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଧାରୁଆ କଟୁରୀ, ଛୁରୀ, ମୋବାଇଲ ଫୋନ୍ ଏବଂ ବେଆଇନ ଟଙ୍କା ଜବତ କରାଯାଇଛି । ଆଜି ସେମାନଙ୍କୁ ମାନ୍ୟବର ଏସଡ଼ିଜେଏମ୍, ପୁରୀ କୋର୍ଟରେ ହାଜର କରାଯାଇଥିଲା। ମାତ୍ର ଯାମିନି ନାମାଞ୍ଜୁର ହେବିରୁ , ସମସ୍ତ ଅପରାଧି ଙ୍କୁ ପୁରୀ ଜିଲ୍ଲା କାରାଗାରକୁ ପଠାଯାଇଛି । ସମସ୍ତ ଅପରାଧୀଙ୍କ ନାମରେ ପୂର୍ବରୁ ଆକ୍ରମଣ, ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ ପରି ସଙ୍ଗିନ୍ ମାମଲା ବିଭିନ୍ନ ଥାନାରେ ରହିଛି।
ଟାଉନ ଥାନା କେସ ନମ୍ବର – ୫୫୭/୨୦୨୫, ଦଫା-୩୦୮(୪)/୩୦୮(୫)/୩୦୮(୬)/୧୦୯(୧)/୧୩୨/୬୧(୨)/୧୧୧(୨)(ଖ)/୧୧୧(୪)/୩୫୧(୩)/୩(୫) ଭାରତୀୟ ନ୍ୟାୟ ସଂହିତା ଏବଂ ୫୫୮/୨୦୨୫, ଦଫା-୩୦୮(୪)/୩୦୮(୫)/୩୦୮(୬)/୧୩୨/୧୦୯(୧)/୩୫୧(୩) ଭାରତୀୟ ନ୍ୟାୟ ସଂହିତା
ଅପରାଧୀଙ୍କ ନାମ :
୧) ବଳିଆ @ ବଳରାମ ସେନାପତି (୨୪), ମାର୍କେଟ ଛକ, ପୁରୀ ।
୨) ସନ୍ତୁ@ ସନ୍ତୁଷ୍ ପଣ୍ଡା (୨୦), ମୁଦୁଲି ଜାଗା, ବାଶେଳିସାହୀ, ପୁରୀ ।
୩) ସଞ୍ଚୟ ରାଉତ (୨୧), ନୂଆପାଟଣା ଲେନ୍, ମାର୍କଣ୍ଡେଶ୍ୱର ସାହି, ପୁରୀ ।
ଜବଦ୍ ସାମଗ୍ରୀ :
୧) ଲୁହା କଟୁରୀ – ୧ ଟା
୨) ଷ୍ଟିଲ ଛୁରୀ – ୧ ଟା
୩) ମୋବାଇଲ୍ ଫୋନ୍ – ୧ ଟା
୪) ୪୯୦ ଟଙ୍କା
