ବାହାରପୁର ରେ ମା ଶ୍ୟାମା କାଳୀ ପୂଜା

ବାହାରପୁର ରେ ମା ଶ୍ୟାମା କାଳୀ ପୂଜା
…………………………….ଧରାକୋଟ,22/10/25
ଧରାକୋଟ ବ୍ଲକର ବାହାରପୁର ଗାଁ ରେ ମା ଶ୍ୟାମା କାଳୀ ଙ୍କ ପୂଜା ବେଶ ଆଡମ୍ବର ସହ ଆରମ୍ଭ ହୋଇଛି । ପ୍ରାରମ୍ଭ ଦିନ କଳସ ଯାତ୍ରା ପରେ ଅଧିବାସ , ମାଜଣା, ବାଳ ଧୂପ, ମଧ୍ୟାହ୍ନ ରେ ଚଣ୍ଡୀ ପାଠ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପ୍ରତ୍ୟହ ମଣ୍ଡଳ ପୂଜା, ସୂର୍ଯ୍ୟ ପୂଜା, ସର୍ବ ଦେବା ଦେବୀ ପୂଜା, ଶ୍ୟାମା କାଳୀ ପୂଜା ପରେ ସନ୍ଧ୍ୟାରେ ଆଳତି ଓ ହୋମ ସମ୍ପନ୍ନ ହେଉଛି। ପୂଜା କାର୍ଯ୍ୟରେ ପୁରୋହିତ ଗୋପୀନାଥ ଷଡ଼ଙ୍ଗୀ, ଗୋପାଳ କୃଷ୍ଣ ହୋତା ଓ ନୀଳାଞ୍ଚଳ ମିଶ୍ର ନିୟୋଜିତ ଅଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ଭିନ୍ନ ଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ସହ ରାତ୍ର ରେ ପ୍ରସାଦ ସେବନ ବ୍ୟବସ୍ଥା ପୂଜା କମିଟି ପକ୍ଷରୁ କରାଯାଉଛି । ବାହାରପୁର ଯୁବକ ସଂଘ ପକ୍ଷରୁ ଏହି ପୂଜା କାର୍ଯ୍ୟର ପରିଚାଳନା କରାଯାଉଛି । ଆସନ୍ତା 26 ତାରିଖ ରବିବାର ଦିନ ପୂର୍ଣାହୁତି କାର୍ଯ୍ୟକ୍ରମ କରାଯିବ ।

Leave a Reply

Your email address will not be published. Required fields are marked *