ପାଇକା ନଇରେ ବୁଡି ୨ମୣତ ୧ନିଖୋଜ

ପାଇକା ନଇରେ ବୁଡି ୨ମୣତ ୧ନିଖୋଜ।
ବାଲିମାଫିଆଙ୍କୁ ଦାୟୀକରୁଛନ୍ତି ସ୍ଥାନୀୟ ଲୋକେ।
ରଘୁନାଥପୁର ତା୨୧/୧୦:-ରଘୁନାଥପୁର ନିକଟସ୍ଥ କିଷ୍ଣାନନ୍ଦପୁର ଥାନା ଅଞ୍ଚଳର ୩ଜଣ ଯୁବକ ପାଇକାନଦୀରେ ବୁଡି ନିଖୋଜ।
ଘଟଣା ରୁ ପ୍ରକାଶ ଷଣ୍ଢମଣ୍ଡପ ପାଇକାକୂଳ କିଷ୍ଣାନନ୍ଦପୁର ର ୩ ଜଣ ଯୁକକ ବୁଧବାର ମଧ୍ୟାନରେ ପାଇକା ନଦୀରେ ଗାଧେଇବା ସମୟରେ ଗୋଡଖସି ନଦୀର ଗଭିର ପାଣିରେ ବୁଡିନିଖୋଜ ହୋଇଯାଇଥିଲେ। ସେମାନେ ହେଲେ ନରହରି ବେହେରା ଙ୍କ ପୁଅ ଶିଶିର କୁମାର ବେହେରା(୧୫),ଧିରେନ କୁମାର ମଲ୍ଲିକ ଙ୍କ ପୁଅ ସୈାରଭ କୁମାର ମଲ୍ଲିକ (ସିପୁନ) (୧୮),ଅକ୍ଷୟ କୁମାର ମଲ୍ଲିକ ଙ୍କ ପୁଅ ଅମନଜିତ ମଲ୍ଲିକ (୧୫)ତେବେ ଖବର ପାଇ କିଷ୍ଣାନନ୍ଦପୁର ଥାନା,ତିର୍ତ୍ତୋଲ ଓ ରଘୁନାଥପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀ ରେ ବହୁ ଖୋଜାଖୋଜି କରିବାପରେ ଶିଶିର ଓ ସୈାରଭର ଙ୍କ ମୣତଦେହ ଉଦ୍ଧାର କରିଥିବାବେଳେ ଅମନଜିତକୁ ସନ୍ଧ୍ୟା ପର୍ଯ୍ୟନ୍ତ ଠାବ କରାଯାଇ ପାରିପାଇନଥିଲା।ଅପର ପକ୍ଷରେ ଶିଶିର କୁ କିଷ୍ଣାନନ୍ଦପୁର ଥାନା ରଘୁନାଥପୁର ମେଡିକାଲ କୁ ଆଣି ଥିବାବେଳେ ସୈାରଭକୁ ଜଗତସିଂହପୁର ମେଡିକାଲ କୁ ପଠାଇ ଥିବା ଜଣାଯାଇଛି।ଏଠାରେ ସୁଚନା ଥାଉକି ଏହି ପାଇକା ନଦୀରେ ଦିର୍ଘଦିନହେବ ବାଲିଘାଟ ଚାଲୁରହିଛି। ବାଲିଘାଟ ସରକାର ଙ୍କ ଧାର୍ଯ୍ୟ ସୀମାଠାରୁ ବାଲିମାଫିଆ ମାନେ ନଦୀର ବିଭିନ୍ନ ସ୍ଥାନରୁ ପ୍ରଚୁର ପରିମାଣ ରେ ପ୍ରଶାସନ ଜ୍ଞାତସାରରେ ବେଆଇନ ବାଲି ଉତ୍ତୋଳନ କରୁଥିବାରୁ ନଦୀସର୍ଯ୍ୟା ଗଭିରୀର ଯୋଗୁ ୩ଜଣ ଯୁବକ ଙ୍କ ଅକାଳ ବିୟୋଗ ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କହିଛନ୍ତି।

Leave a Reply

Your email address will not be published. Required fields are marked *