ଅସହାୟ ଶବ କୁ ସମ୍ମାନର ସହ ସତ୍କାର କରି ପ୍ରଶଂସିତ ହେଲେ
ଅସହାୟ ଶବ କୁ ସମ୍ମାନର ସହ ସତ୍କାର କରି ପ୍ରଶଂସିତ ହେଲେ ଗୌଡ଼ ସାହି ଗୋପବନ୍ଧୁ ଯୁବକ ସଙ୍ଘ ର ସଦସ୍ୟ ମାନେ।
“କଥାରେ ଅଛି ଶବେ ଶିବ”
ଅସହାୟ ଶବକୁ କାନ୍ଧ ଦେବା ପାଇଁ ସମସ୍ତେ ପଛ ଘୁଞ୍ଚା ଦେଉଥିବା ବେଳେ ଆଗେଇ ଆସିଥିଲେ କିଛି ଯୁବକ। ଶବକୁ କାନ୍ଧ ଦେଇ ସମ୍ମାନର ସହ ଶବ ସତ୍କାର କରି ମାନବିକତାର ପରିଚୟ ଦେଇଛନ୍ତି ଗୌଡ଼ସାହି ଗୋପବନ୍ଧୁ ଯୁବକ ସଂଘର ସଦସ୍ୟ ମାନେ।
ଆଜି ସକାଳ 10ଘଣ୍ଟ ସମୟରେ କେ ବାସୁ ଦେବ ରାଓ ନାମକ ବ୍ୟକ୍ତିଙ୍କର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟ ଘଟିଥିଲା । ଦୀର୍ଘ ଦିନ ଧରି ସେ ଅସହାୟ ଭାବରେ ରହିଆସୁଥିଲେ ଏବଂ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଚାରି କାନ୍ଧ ଦେବା ପାଇଁ କିଏ ପ୍ରସ୍ତୁତ ନଥିଲେ । ଏ ଖବର ପାଇ ନବରଙ୍ଗପୁର ସହର ଗୌଡ଼ସାହି ଗୋପବନ୍ଧୁ ଯୁବକ ସଂଘର ସଦସ୍ୟ ମାନେ ନିଜ ନିଜ ଭିତରେ କିଛି ଅର୍ଥ ସଂଗ୍ରହ କରି କେ ବାସୁ ଦେବ ରାଓଙ୍କୁ ଶବ କୁ ସସଂମ୍ମାନେ ସ୍ମଶାନ ନେଇ ସତ୍କାର କରିଥିଲେ । ଏଇ ମହତ କାର୍ଯ୍ୟରେ ଗୋପବନ୍ଧୁ ଯୁବକ ସଂଘର ସଭାପତି ଶ୍ରୀ ସୁବାଷ ସାମନ୍ତରାୟ, ସଦସ୍ୟ ଶଙ୍କର ମହାନ୍ତି, ପି ପ୍ରଦୀପ, ନିଶିକାନ୍ତ ମହାନ୍ତି, ସାଇ, କ୍ରିଷ୍ଣା, ଗଣି ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏଇ ସ୍ୱାର୍ଥପର ସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି।
