ଶ୍ରୀମନ୍ଦିରରେ ନକଲି ଗୁମାସ୍ତା
ଶ୍ରୀମନ୍ଦିରରେ ନକଲି ଗୁମାସ୍ତା।ଯାତ୍ରୀ ମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଦେବା କହି ଟଙ୍କା ଲୁଟ କରୁଛନ୍ତି ନକଲି ଗୁମାସ୍ତା lନିଜକୁ ମନ୍ଦିର ଗୁମାସ୍ତା ପରିଚୟ ଦେଇ ପୁରୀକୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରୁଛନ୍ତି। ଏହି ବ୍ୟକ୍ତିମାନେ ନିୟମିତ ଭାବରେ ବଡ଼ଦାଣ୍ଡ ଏବଂ ପରିକ୍ରମା ରାସ୍ତାରେ ଏକତ୍ରିତ ହୋଇ ଭକ୍ତମାନଙ୍କୁ ବିଶେଷକରି ଅଣ-ଓଡ଼ିଆମାନଙ୍କୁ ଟାର୍ଗେଟ କରୁଥିବା ଜଣାପଡିଛି l ଏମାନେ ବିଭିନ୍ନ ସମୟରେ ପ୍ୟାଣ୍ଟ ଶାର୍ଟ ସହ ପାରମ୍ପରିକ ପୋଷାକ ପିନ୍ଧି ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତମାନଙ୍କ ପରିଚୟ ଦେଉଥିବା ବିଗତ ଦିନମାନଙ୍କରେ ନଜରକୁ ଆସିଛି। ଆଜି ମଧ୍ୟପ୍ରଦେଶର କିଛି ଯାତ୍ରୀଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଦେବା କହି ଟଙ୍କା ଲୁଟ କରୁଥିବା ଦେଖିବାକୁ ମିଳିଛି l କିଛି ସେବାୟତ ସେହି ନକଲି ଗୁମାସ୍ତାକୁ ଚି଼ହ୍ନଟ କରି ଯାତ୍ରୀ ମାନଙ୍କୁ ସଚେତନ କରାଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି l
