ପରବ ପ୍ରସ୍ତୁତି ବୈଠକ,ନଭେମ୍ବର ମାସ ୧୨ ତାରିଖରେ କୁଟୁଣୀପଦରରୁ ଶୁଭାରମ୍ଭ ହେବ ପରବ
ସ୍ଥାନୀୟ ସଦଭାବନା ସଭାଗୃହ ଠାରେ କୋରାପୁଟ ଜିଲ୍ଲାର ଆଦିବାସୀ ମହୋତ୍ସବ ପରବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ଆଇଏଏସ ପ୍ରୋବେସନାରୀ ସନ୍ତୋଷ କୁମାର ପାତ୍ର,ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା,କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, କୋରାପୁଟ ଏସପି ରୋହିତ ବର୍ମା,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଅତିରିକ୍ତ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦନ ଦଳେଇ, କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ, କୋରାପୁଟ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସ୍ନେହପ୍ରଭା ମାଝୀ,କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ ତାଣ୍ଡି, କୋରାପୁଟ ତହସିଲଦାର ଶୟଦ ସବିର ସାହା, କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜର ମତାମତ ଉପସ୍ଥାପନା କରିଥିଲେ।

ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୁଟୁଣୀପଦର ଶିବ ମନ୍ଦିରରୁ ପରବ ୨୦୨୫ ଶୁଭାରମ୍ଭ କରାଯିବ ।ଜିଲ୍ଲାର ସମସ୍ତ ପଞ୍ଚାୟତରେ ନଭେମ୍ବର ମାସ ୧୩ ତାରିଖରୁ ୨୩ ପର୍ଯ୍ୟନ୍ତ ଏବଂ ବ୍ଲକ ଓ ସହରାଞ୍ଚଳ ପରବ ନଭେମ୍ବର ମାସ ୨୪ ତାରିଖରୁ ଡିସେମ୍ବର ମାସ ୪ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ।କୋରାପୁଟ ପୌର ପରିଷଦ ଅନ୍ତର୍ଗତ ପରବ ପଡ଼ିଆରେ ଆସନ୍ତା ଡିସେମ୍ବର ମାସ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ପରବ ଉତ୍ସବ ପାଳନ କରାଯିବ। ଜିଲ୍ଲାସ୍ତରୀୟ ପରବ ଉତ୍ସବ ପାଳନ ଅବସରରେ ପଲ୍ଲୀଶ୍ରୀ ଓ ଖାଦ୍ୟ ମେଳା ଆୟୋଜନ କରାଯିବା ସହ ନୂତନ ଭାବେ ଫୁଲ ପ୍ରଦର୍ଶନୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ଯୋଗଦେଇ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
