ଅସହାୟ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ର ପ୍ରାୟ ୨୫-୨୬ ବର୍ଷ ଧରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛପାଲିରୁ ଆସି ଜଣେ ବୃଦ୍ଧ ଏରସମା ଗଡବିଷୁନପୁରରେ ରହି ଆସୁଥିଲେ । ବୁଦ୍ଧଙ୍କ ଅସୁସ୍ଥତା କାରଣରୁ ସ୍ଥାନୀୟ ଲୋକେ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ତାଙ୍କ ଦେହ ଅଧୀକ ଅସୁସ୍ଥତା କାରଣରୁ ଜଗତସିଂହପୁର ସ୍ଥାନାନ୍ତର କରାଯାଇଥିଲା । ପରବର୍ତ୍ତୀ ସମୟରେ ଅସହାୟ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ଯେହେତୁ ବୃଦ୍ଧ ଜଣକ ଅସହାୟ ଥିଲେ ଏରସମା ଥାନା ଭାରାପ୍ରାପ୍ତ ଅଧିକାରୀ ପ୍ରେମାଜିତ ଦାସ ତାଙ୍କ ଥାନାର ଏଏସଆଇ ସୁଶାନ୍ତ କୁମାର ଆଚାର୍ଯ୍ୟ ଓ ଅନ୍ୟ କର୍ମଚାରୀ ଏବଂ ଏରସମା ଅଞ୍ଚଳର ସମାଜସେବୀ ବ୍ରଜ କିଶୋର ପୁହାଣ, କୃପାସିନ୍ଧୁ ଶୁକ୍ଳା ପ୍ରମୁଖଙ୍କ ସହାୟତାରେ ଜଗତସିଂହପୁର ପୌରପାଳିକା ଶ୍ମଶାନରେ ଗତକାଲି ଶେଷକୃତ ସମ୍ପନ୍ନ କରିଥିଲେ । ଏରସମା ପୁଲିସ ଏବଂ ସମାଜସେବୀ ମାନଙ୍କ ଏତାଦୃଶ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।
