ନାବାଳିକା ଝିଆରୀକୁ ଗଣଦୁଷ୍କର୍ମ, ଭାଇ ଓ ଦାଦା ଗିରଫ,

ପୁରୀ ଚନ୍ଦନପୁର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ବିଳମ୍ବିତ ରାତିରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ନାବାଳିକା ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ ଘଟଣାରେ ସମ୍ପୃକ୍ତ ପୀଡିତା ନାବାଳିକାର ସମ୍ପର୍କୀୟ ଦାଦା ଓ ଭାଇକୁ ଗିରଫ କରିଥିବା ଜଣାପଡିଛି | ଗତ ମଙ୍ଗଳବାର ବିଳମ୍ବିତ ରାତିରେ ନାବାଳିକାର ପରିବାର ଲୋକେ କାଳୀ ପୂଜା ଭସାଣି ଦେଖିବାକୁ ଯାଇଥିବା ବେଳେ ଗିରଫ ଅଭିଯୁକ୍ତ ୨ଜଣ ନାବାଳିକାକୁ ଏକୁଟିଆ ଦେଖି ଘରେ ବଳପୂର୍ବକ ପଶି ଦୁଷ୍କର୍ମ କରିଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାକୁ ଚାପିବା ପାଇଁ ନାବାଳିକା ପରିବାର ଉପରେ ଚାପ ପ୍ରୟୋଗ କରିଥିଲେ। କିନ୍ତୁ ଗତକାଲି ନାବାଳିକା ନିଜ ମା ସହ ଥାନାକୁ ଯାଇ ଅଭିଯୁକ୍ତଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୨ଜଣଙ୍କୁ ଗିରଫ କରିଛି । ଏନେଇ ଏସଡ଼ିପିଓ ରବି ନାରାୟଣ ଭଞ୍ଜ ଏବଂ ଫୋରେନସିକ ଟିମ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛି। ଆଜି ଉଭୟଙ୍କର ଡାକ୍ତରୀ ମାଇନା କରାଯିବ ବୋଲି ସୂଚନା ମିଳିଛି।ଫୋନୋ ବାଇଟ – ଭୁବନାନନ୍ଦ ସାମନ୍ତରାୟ ଆଇ ଆଇ ସି ଚନ୍ଦନପୁର ଥାନା

Leave a Reply

Your email address will not be published. Required fields are marked *