ମଦ ଦୋକାନକୁ ଧସେଇ ପଶିଲେ ମହିଳା

ଅଲ ଇଣ୍ଡିଆ ଦଳିତ ସଂଘ ପକ୍ଷରୁ ଶତାଧିକ ମହିଳା ନିମାପଡ଼ା ବମ୍ବେ ହୋଟେଲ ନିକଟରେ ଥିବା ଠିପି ଖୋଲା ମଦ ଦୋକାନ ଭିତରେ ଧସେଇ ପଶିଵା ସହ ମୁଖ୍ୟ ଫାଟକରେ ତାଲା ପକେଇ ଦେଇଥିଲେ।ଆନ୍ଦୋଳନକାରୀ ମହିଳା ମାନେ ମଦ ଦୋକାନ ସମ୍ମୁଖରେ ବିଭିନ୍ନ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣ ଧାରଣା ଦେଇଥିଲେ।ଏହି ମଦ ଦୋକାନ ମାଲିକ ପିପିଲି ଥାନା ଅଂଚଳର ସୌମ୍ୟରଞ୍ଜନ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କୁ ଲିଜରେ ଦେବା ପାଇଁ ଚୁକ୍ତିପାତ୍ର କରି ତାଙ୍କ ଠାରୁ 13 ଲକ୍ଷ ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି।ନିମାପଡ଼ା ମଦ ଦୋକାନ ମାଲିକ ତୁରନ୍ତ ଲିଜଧାରୀ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ଲିଜ ବାବଦରେ ଦେଇଥିବା 13 ଲକ୍ଷ ଟଙ୍କା ଫେରସ୍ତ କରିବା ଦାବିରେ ମହିଳାଙ୍କ ପକ୍ଷରୁ ଏହି ଆନ୍ଦୋଳନ ହୋଇଥିଲା।ଦଳିତ ମଞ୍ଚର ରାଜ୍ୟ ସଭାପତି ବିଜୟ ସେଠି, ସମ୍ପାଦିକା ସ୍ବର୍ଣ୍ଣଲତା ସେଠି ମହିଳା ନେତ୍ରୀ ମଞ୍ଜୁ ଭୋଇ ପ୍ରମୁଖଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ମହିଳାଙ୍କ ଏକ ଶୋଭାଯାତ୍ରା ଜୟଶ୍ରୀ ଛକ ଠାରୁ ବାହାରି ସହର ପରିକ୍ରମା କରି ମଦ ଦୋକାନ ଠାରେ ପହଁଚି ଥିଲେ।ଆଗାମୀ 10 ଦିନ ଭିତରେ ଦାବୀ ପୂରଣ ନ ହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି.ଏ ସମ୍ପର୍କରେ ଏକ ଦାବୀପତ୍ର ନିମାପଡ଼ା ଏସ ଡିପିଓ ଙ୍କ ଜରିଆରେ ଓଡିଶା ଅବକାରୀ କମିଶନରଙ୍କୁ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *