ବଡଦାଣ୍ଡରେ ପୁରୀ ପୁଲିସ ଦ୍ୱାରା ୱାକଥନ ମାଧ୍ୟମରେ ସାଇବର ସଚେତନତା

ସକାଳ ୭ଟାରେ ପୁରୀ ପୁଲିସ ପକ୍ଷରୁ ସାଇବର ସଚେତନତା ଅଭିଯାନର ଅଂଶ ଭାବେ ଗୋଟିଏ ବିଶେଷ “ୱାକଥନ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ୱାକଥନ୍ ଗୁଣ୍ଡିଚା ମନ୍ଦିର ଠାରୁ ଆରମ୍ଭ ହୋଇ ଟାଉନ୍ ଥାନା ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉପସ୍ଥିତ ଥିଲେ ଶ୍ରୀ ସୁନିଲ ମହାନ୍ତି, ବିଧାୟକ (ପୁରୀ ସଦର) ଓ ଶ୍ରୀ ପ୍ରତୀକ ସିଂହ, ଏସ୍ପି ପୁରୀ। ସହ ଅତିଥି ଭାବେ ଉପସ୍ଥିତ ଥିଲେ, ଅତିରିକ୍ତ ଏସ୍‌ପି ଶ୍ରୀ ସୁଶିଲ କୁମାର ମିଶ୍ର, ଅତିରିକ୍ତ ଏସ୍‌ପି ଶ୍ରୀ ସଚିନ ପଟେଲ, ଅତିରିକ୍ତ ଏସ୍‌ପି ଶ୍ରୀ ସୌମ୍ୟରଞ୍ଜନ ମଲ୍ଲିକ, ଡି‌ଏସ୍‌ପି ସଦର ଶ୍ରୀ ରବିନାରାୟଣ ଭଞ୍ଜ, କୁମ୍ଭରପଡା ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସାହୁ, ଟାଉନ୍ ଥାନା ଅଧିକାରୀଶ୍ରୀ ଗୋକୁଳ ରଞ୍ଜନ ଦାସ, ସାଇବର ଥାନା ଅଧିକାରୀ ଶ୍ରୀମତୀ ସଂଘମିତ୍ରା ନାୟକ, ଆରଆଇ ଶ୍ରୀ ଚିତ୍ତରଞ୍ଜନ ମହାନ୍ତି, ଏବଂ ଇନ୍ସପେକ୍ଟର ଶ୍ରୀ ବସୁଦେବ ପାଣିଗ୍ରାହୀ। ଏହି ୱାକଥନ୍‌ରେ ୫୦୦ ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ବହୁ ସଂଖ୍ୟକ ବିଦ୍ୟାଳୟ ଛାତ୍ରଛାତ୍ରୀ, ସାମ୍ବାଦିକ, ସେବାୟତ, ସ୍ଥାନୀୟ ନାଗରିକ ଓ ଜଗନ୍ନାଥ ମନ୍ଦିରକୁ ଆସିଥିବା ଭକ୍ତମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସାଇବର ଠକିବା ବିଷୟରେ ସଚେତନ ହୋଇଥିଲେ।ପୁରୀ ପୁଲିସ ଏହି ୱାକଥନ୍ ମାଧ୍ୟମରେ ଭକ୍ତ ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ସାଇବର ଅପରାଧ ସମ୍ପର୍କିତ ଜାଣିବା ବିଷୟ ଉପସ୍ଥାପିତ ହୋଇଥିଲା। ଲୋକମାନେ “ସାଇବର ସଚେତନ ହୁଅନ୍ତୁ, ଠକାମୀର ଶିକାରରୁ ବଞ୍ଚନ୍ତୁ” ଭାବରେ ସ୍ଲୋଗାନ ଦେଇ ବଡ ଦାଣ୍ଡରେ ପଦଯାତ୍ରା କରିଥିଲେ।ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂହଙ୍କ ବକ୍ତବ୍ୟ: “ଆଜିର ଏହି ୱାକଥନ୍‌ର ଉଦ୍ଦେଶ୍ୟ ହେଉଛି ପୁରୀକୁ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣଙ୍କୁ ସାଇବର ଠକିବା ବିଷୟରେ ସଚେତନ କରିବା।

ଆଜି ଜଗନ୍ନାଥ ଧାମର ବଡ ଦାଣ୍ଡ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ଜାଣିବା ଦିଆଯାଇଛି ଯେ, ସଚେତନତା ହିଁ ସାଇବର ଠକିବା ବିରୋଧରେ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର। ପୁରୀ ପୁଲିସ ସଦା ଜନସାଧାରଣଙ୍କ ସହ ଥିଲା ଓ ରହିବ, ଯେଉଁଠି ଡିଜିଟାଲ ଦୁନିଆରେ ନିଜ ସୁରକ୍ଷା ପାଇଁ ଲୋକମାନେ ଅଧିକ ସଚେତନ ହେଵା ଆବଶ୍ୟକ। ଅଜଣା ଫୋନ କଲ୍, ଲିଙ୍କ କିମ୍ବା ମେସେଜରେ ବିଶ୍ୱାସ କରନ୍ତୁ ନାହିଁ। OTP, ବ୍ୟାଙ୍କ ତଥ୍ୟ କାହାକୁ ମଧ୍ୟ ଦିଅନ୍ତୁ ନାହିଁ।ଅନଲାଇନ୍ ଠକାମୀର ଶିକାର ହେଲେ ସାଇବର ହେଲ୍ପଲାଇନ୍ ନମ୍ବର ୧୯୩୦ / 82804 91300 ରେ ଯୋଗାଯୋଗ କରନ୍ତୁ। ସୋସିଆଲ ମିଡିଆରେ ନକଲି ଆକାଉଣ୍ଟ କିମ୍ବା ସନ୍ଦିଗ୍ଧ ପୋଷ୍ଟ ଦେଖିଲେ ତୁରନ୍ତ ନିକଟସ୍ଥ ଥାନା ରେ ରିପୋର୍ଟ କରନ୍ତୁ। “ସଚେତନତା ହିଁ ସୁରକ୍ଷା” ଏହି ମନ୍ତ୍ରକୁ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି।”

Leave a Reply

Your email address will not be published. Required fields are marked *