ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ସାଂସଦ ସ୍ତରୀୟ ସେବା ଜୟନ୍ତୀ ପଦଯାତ୍ରା ନିମନ୍ତେ ସାମ୍ବାଦିକ ସମ୍ମିଳନୀ
ଭାରତର ଲୌହ ମାନବ କିମ୍ବଦନ୍ତୀ ପୁରୁଷ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ସାଂସଦ ସ୍ତରୀୟ ସେବା ଜୟନ୍ତୀ ପଦଯାତ୍ରା ନିମନ୍ତେ ସାମ୍ବାଦିକ ସମ୍ମିଳନୀ l ଅପରାହ୍ନରେ ମାନ୍ୟବର ବିଧାୟକ, ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଙ୍କ ଅଧ୍ୟକ୍ଷତାରେ ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଉପଲକ୍ଷେ ଏକତା ଅଖଣ୍ଡତା, ସମାନତା ପଦଯାତ୍ରା ଓ ଏକ ଭାରତ ଆତ୍ମନିର୍ଭର ଭାରତ ପାଇଁ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଆଦର୍ଶ ଓ ତ୍ୟାଗ କୁ ଉଜ୍ଜୀବିତ କରି ଏକ ସୁଦୃଢ ଅଖଣ୍ଡ ଭାରତ ନିର୍ମାଣ ପାଇଁ ବିଧାୟକ ଶ୍ରୀଯୁକ୍ତ ଜଗଦେବ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ l

ଏହି ପବିତ୍ର ଜୟନ୍ତୀ ରେ ଆଗାମୀ ଅକ୍ଟୋବର ୩୧ ତାରିଖରୁ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ରେ ଜାତି , ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ଲିଙ୍ଗ ଭେଦ ଭାବକୁ ଉର୍ଦ୍ଧରେ ରଖି ଭାଇଚାରା ସହ ସବୁବର୍ଗ, ଗୋଷ୍ଠୀ, ଜନପ୍ରତିନିଧି ମାନଙ୍କୁ ସାମିଲ କରାଇ ଭ୍ବନେଶ୍ୱର୍ ଏକାମ୍ର ବିଧାନ ସଭା ନିର୍ବାଚନ ମଣ୍ଡଳୀ, ଜୟଦେବ ନିର୍ବାଚନ ମଣ୍ଡଳୀ, ଖୋର୍ଦ୍ଧା ଓ ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ସଂହତି ପଦଯାତ୍ରା ରାଲୀ, ସ୍ଵଚ୍ଛତା କାର୍ଯ୍ୟକ୍ରମ, ମା ପାଇଁ ବୃକ୍ଷ ଟିଏ କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ l ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅରବିନ୍ଦ ଢ଼ାଲ୍ଲି, ଖୋର୍ଦ୍ଧା ଜିଲ୍ଲା ଭାଜପା ସଭାପତି ବିଶ୍ୱ ରଞ୍ଜନ ବଡ଼ଜେନା, ସ୍ୱୟଂ ସେବକ ସଂଘ କର୍ମକର୍ତ୍ତା ଶ୍ରୀ ନିକୁଞ୍ଜ ପଟ୍ଟନାୟକ, ସାଂସଦ ଙ୍କ ପ୍ରତିନିଧି ଶ୍ରୀ ଦିଲ୍ଲୀପ କୁମାର ହୋତା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଛାତ୍ର ନେତା, ସମସ୍ତ ପ୍ରିଣ୍ଟ ଓ ବୈଦ୍ୟୁତିକ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l
