ନବଭାରତ ସାକ୍ଷାରତା କାର୍ଯ୍ୟକ୍ରମ “ଉଲ୍ଲାସ ”ର ପ୍ରଥମ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆକଳନ 2025 ଅନୁଷ୍ଠିତ।
ନବରଙ୍ଗପୁର()୨୬/୧୦/୨୦୨୫ ଜିଲ୍ଲାର ସମସ୍ତ ସ୍କୁଲରେ ନବଭାରତ ସାକ୍ଷାରତା କାର୍ଯ୍ୟକ୍ରମ “ଉଲ୍ଲାସ ”ର ପ୍ରଥମ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆକଳନ 2025 ଅନୁଷ୍ଠିତ ହୋଇଯାଇଛି । ଏହି ଆକଳନରେ 15 ବର୍ଷରୁ ଉର୍ଦ୍ଧ ଅଣଶିକ୍ଷିତ, ଯେଉଁ ମାନଙ୍କ ନାମ ପଞ୍ଜିକୃତ କରଯାଇଥିଲା ସେମାନେ ଉପସ୍ଥିତ ରହି ପରୀକ୍ଷାରେ ଭାଗ ନେଇଥିଲେ । ଏହି ପରୀକ୍ଷା ଦେବା ପାଇଁ ନବରଙ୍ଗପୁର ଜିଲ୍ଲାରେ ସର୍ବୋମୋଟ 31889 ଜଣ ଶିକ୍ଷାର୍ଥୀ ନିଜ ନାମ ପଞ୍ଜିକରଣ କରିଥିଲେ । ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ମହାଲିକ ଜିଲ୍ଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରି ପରୀକ୍ଷା ପରିଚାଳନାର ସର୍ବେକ୍ଷଣ କରିଥିଲେ ସେହିପରି ନନ୍ଦାହାଣ୍ଡି ବ୍ଲକ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ ଜାନି ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ପରୀକ୍ଷା କେନ୍ଦ୍ର ଗୁଡିକର ପରିଦର୍ଶନ କରିଥିଲେ । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଏହି ଅଭିନଵ ପ୍ରୟାସ ଦ୍ୱାରା ବୟସର ଅପରାହ୍ନରେ ମଧ୍ୟ ଜଣେ ଇଛୁକ ବ୍ୟକ୍ତି ଶିକ୍ଷିତ ହେବାର ସୁଯୋଗ ପାଇପାରିବେ।
