ସ୍କୁଲ୍ ରେ ପାଠ ପଢିବା ନାମରେ ଚାଲିଛି ପରିବା କଟା
ସ୍କୁଲ୍ ରେ ପାଠ ପଢିବା ନାମରେ ଚାଲିଛି ପରିବା କଟା।
ତିର୍ତ୍ତୋଲ : ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରାଥମିକ ସ୍ଥରରେ ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ବିଭିନ୍ନ ଉନ୍ନତ ମାନର କାର୍ଯ୍ୟକ୍ରମ ବିଦ୍ୟାଳୟ ଗୁଡିକରେ କରାଉଛନ୍ତି | ସେଥି ମଧ୍ୟରୁ ଶିଶୁ ମହୋତ୍ସବ ସୁରଭି ସବୁଠୁ ନିଆରା, କାରଣ ବହି ଖାତା ରୁ ବାହାରି କିଛି ନୂଆ କରିବା ର ସୁଯୋଗ ଅଛି ଏହି କାର୍ଯ୍ୟକ୍ରମରେ | ହେଲେ ଆଶ୍ଚର୍ଯ୍ୟର ବିଷୟ ସେହି ସୁରଭି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ରୋଷେଇ ପାଇଁ ପରିବା କାଟିବା ଆଶ୍ଚର୍ଯ୍ୟ ର ବିଷୟ | ନିକଟରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଧିନସ୍ତ ବାୟା ଅବଧୂତ ସରକାରୀ ଉଚ୍ଚ ବିଦ୍ୟାଳୟ, କନିମୁଳ ଠାରେ | ସୂଚନା ଅନୁସାରେ ଗତ ୨୪ତାରିଖ ଦିନ ତିର୍ତ୍ତୋଲ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ-୨୫ ଅନୁଷ୍ଠିତ ହୋଇଯାଇଅଛି | ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ଶିକ୍ଷା ଅଧିକାରୀ ମନୋଜ କୁମାର ବେହେରା ମୁଖ୍ୟ ଅତିଥିଭାବେ ଉପସ୍ଥିତ ରହିଥିବା ବେଳେ ସ୍ଥାନୀୟ ସି.ଆର.ସି ପ୍ରଣବ ସାହୁ ପ୍ରମୁଖ ମଞ୍ଚାସିନ ରହିଥିଲେ | ହେଲେ ଆଶ୍ଚର୍ଯ୍ୟ ର ବିଷୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆସିଥିବା ଛାତ୍ରଛାତ୍ରୀ ମାନେ ପରିବା କାଟୁଥିବା ଦେଖିବାକୁ ମିଳିଥିଲା | ଏଭଳି ସମ୍ବେଦନଶୀଳ ଘଟଣା ବିଷୟରେ ଉଭୟ ବିଆରସିସି ଏବଂ ବିଇଓ ଙ୍କ ଏହି ଘଟଣା ବିଷୟରେ ପଚାରିବାରୁ ଉଭୟେ ଙ୍କ ଉତ୍ତର ସମାନ ଏ ବିଷୟରେ ଆମେ ଜାଣିନାହୁଁ | ନିକଟରେ ନୂତନ ଭାବେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏହି ବ୍ଲକ ଗ୍ରସ୍ତ କରିଥିବା ବେଳେ ସେ ଯିବାର କେଇଟା ଦିନ ହୋଇନି କିନ୍ତୁ ଏଭଳି ଅବସ୍ଥା ସ୍କୁଲ୍ ରେ ଶିଶୁ ମାନଙ୍କର
ଯଦି ତାହେଲେ କଣ ବୁଝିବାକୁ ପଡି ବକି ପାଠପଢ଼ା ଛାଡ଼ି ରୋଷେଇ ପାଇଁ ଛାତ୍ରଛାତ୍ରୀ ମାନେ ହିଁ ଉତ୍ତମ ବିକଳ୍ପ ବୋଲି ସ୍କୁଲ୍ ଆସୁଛନ୍ତି । ନୂଆ ସରକାର ଆସିବା ପରେ ଯେପରି ସରକାର ଙ୍କୁ ଟିକେ ବି ଖାତିର ନାହିଁ ଏହି ମାନଙ୍କର । ବିଇଓ ମହାଶୟ ନିକଟସ୍ତ ଦୁଇଟି ବ୍ଲକ ରେ କାର୍ଯ୍ୟରତ ଥିବାବେଳେ । ତାଙ୍କୁ ଯୋଗା ଯୋଗ କରିବା ପାଇଁ ଆମ ପ୍ରତିନିଧି ଫୋନ୍ କଲାପରେ ମଧ୍ୟ ମହାଶୟ ଫୋନ୍ ନ ଉଠାଇ ଏହି କଥାକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି ବୋଲି ଗନ୍ଧ ବାରି ହେଉଛି । ଦେଖାଯାଉ ଏହା ଉପରେ ରାଜ୍ୟ ସରକାର କିଭଳି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା ।
