ପ୍ରେସ୍ ବିଜ୍ଞପ୍ତି
ପ୍ରେସ୍ ବିଜ୍ଞପ୍ତି
ଗତ ତା୨୦।୧୦।୨୫ ବିଳମ୍ବିତ ରାତିରେ ପାପୁଡିଆ ମଠ ପାଖରେ ଠେଲା ଖଜା ଦୋକାନୀ ର ସେଲ୍ସମେନ୍ କୁ ଆକ୍ରମଣ ଘଟଣାରେ ଜଡ଼ିତ ଥିବା ଦୁଇ କୁଖ୍ୟାତ ବାଳ ଅପରାଧୀଙ୍କୁ ଟାଉନ ଥାନା ପୋଲିସ ଆଜି Principal Magistrate, Juvenile Justice Board, PURI ଙ୍କ କୋର୍ଟରେ ହାଜର କରାଇଥିଲା । ସେମାନଙ୍କଠାରୁ ବ୍ୟବହୃତ ଛୁରୀ ମଧ୍ୟ ଜବତ କରାଯାଇଛି। ଯାମିନି ନାମାଞ୍ଜୁର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ସ୍ଥିତ ବାଳ ଅପରାଧୀଙ୍କ ପାଇଁ ଉଦ୍ଦିଷ୍ଟ ସୁଧାର ଗୃହକୁ ପଠାଇଦିଆଯାଇଛି । ଉଭୟ ବାଳ ଅପରାଧୀଙ୍କ ନାମରେ ପୂର୍ବରୁ ଆକ୍ରମଣ, ହତ୍ୟା, ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ ପରି ସଙ୍ଗିନ୍ ମାମଲା ରହିଛି ।
ଏହି ଅପରାଧରେ ଅନ୍ୟ ବଡ଼ ଅଭିଯୁକ୍ତ ମାନଙ୍କର ସଂପୃକ୍ତି ଥିବାର ତଦନ୍ତରୁ ଜଣାପଡ଼ିଛି। ସେମାନଙ୍କ ବିରୁଦ୍ଧରେ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁରୀ ସହରରେ ବାଳ ଅପରାଧୀଙ୍କୁ ବ୍ୟବହାର କରି ଯେଉଁମାନେ ଅପରାଧୀକ କାର୍ଯ୍ୟକଳାପ ର ସାମ୍ରାଜ୍ୟ ଚଳାଇଛନ୍ତି, ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
