ତିର୍ତ୍ତୋଲ ପୋଲିସର ସଫଳତା ୬ଟ୍ରାକ୍ଟର ସହିତ ୫ଡ୍ରାଇଭର ଗିରଫ
ଚୋରା ବାଲି ଚାଲାଣ ଉପରେ ବ୍ରେକ ଲଗାଇଛନ୍ତି ତିର୍ତ୍ତୋଲ ଥାନାଅଧିକାରୀ, ଏକା ସାଙ୍ଗରେ ଗୋଟିଏ ବେଆଇନ ଘାଟରୁ ୬ ଟ୍ରାକ୍ଟର ସହିତ ପାଞ୍ଚ ଜଣଙ୍କୁ ଗିରଫ କରିଛି ତିର୍ତ୍ତୋଲ ପୋଲିସ | ସୂଚନା ଅନୁସାରେ ତିର୍ତ୍ତୋଲ ବ୍ଲକ ସାମନ୍ତରାପୁର ପଞ୍ଚାୟତ ଉକୁସାହି ଗ୍ରାମ ନିକଟ ପାଇକା ନଦୀରେ ଦୀର୍ଘ ଦିନରୁ ଚୋରା ବାଲି ଚାଲାଣ ହୋଇଆସୁଥିଲା | ଅତି ଚତୁରତାର ସହିତ ଏହି ବାଲି ଚାଲାଣ ହେଉଥିବା ଯୋଗୁଁ ତିର୍ତ୍ତୋଲ ତହସିଲଦାର ଏବଂ ଜଗତସିଂହପୁର ମାଇନିଙ୍ଗ ଅଧିକାରୀ ସମ୍ପୂର୍ଣ୍ଣ ଅସମର୍ଥ ହେଉଥିଲେ ଏମାନଙ୍କୁ ଧରିବା ପାଇଁ |

ଏକ ବିଶେଷ ସୂତ୍ରରୁ ଖବର ପାଇଁ ତିର୍ତ୍ତୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛଅ ଟି ଟ୍ରାକ୍ଟର କୁ ଜବତ କରିଥିଲା | ଏହି ସମୟରେ ଜଣେ ଡ୍ରାଇଭର ଖସି ପଲାଇ ଯାଇଥିଲା ବେଳେ ଅନ୍ୟ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି | ତିର୍ତ୍ତୋଲ ପୋଲିସ ପକ୍ଷରୁ କେସ ନଂ ୫୫୪/୨୫-୧୦-୨୦୨୫ ରୁଜ୍ଜୁ କରିବା ସହିତ ଗିରଫ ପାଞ୍ଚ ଜଣ ଡ୍ରାଇଭର ଙ୍କୁ କୋର୍ଟ ଚାଲାଣ କରାଯାଇଛି |
