ଆସୁଛି ବାତ୍ୟା ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଙ୍କ ପ୍ରତିକ୍ରିୟା
ମହାବାତ୍ୟାକୁ ଆସନ୍ତା ୨୯ରେ 99 ବର୍ଷ ପୂରିବାକୁ ଯାଉଥିବା ଠିକ୍ ଏହି ସମୟ ବେଳକୁ ପାଣିପାଗ ବିଭାଗର ଏକ ସମ୍ଭାବ୍ୟ ବାତ୍ୟା ଆକଳନ ରାଜ୍ୟବାସୀଙ୍କ ମନରେ ଭୟ ସଂଚାର କରିଛି। ଭାରତୀୟ ପାଣିପାଗ ବିଭାଗ-ଆଇଏମ୍ଡିର ସୂଚନା ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଶୁକ୍ରବାର ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ୨୫ ତାରିଖରେ ଅବପାତର ରୂପ ନେବ ୨୬ ତାରିଖ ସକାଳୁ ଏହା ଗଭୀର ଅବପାତରେ ପରିଣତ ହୋଇ ୨୭ତାରିଖରେ ବାତ୍ୟାର ରୂପ ନେବ । ବାତ ବାତ୍ଯା ପ୍ରଭାବରେ ୨୭ ତାରିଖରୁ ବର୍ଷା ଆରମ୍ଭହେବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରଥମେ ବର୍ଷା ଆରମ୍ଭ ହୋଇ ଧୀରେ ଧୀରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହେବ | ଯଦିଓ ବାତ୍ୟାଟି ଓଡ଼ିଶାରେ ସ୍ଥଳଭାଗ ଛୁଇଁବ କି ନାହିଁ ତାହା ତାହା ସ୍ପଷ୍ଟ ପୃଷ୍ଟ ହୋଇନାହିଁ, ତଥାପି ରାଜ୍ୟର ବିଭିନ୍ନ ସ୍ଥାନରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହି ବାତ୍ୟା ସୃଷ୍ଟି ହେବା ପରେ ଏହାର ନାମ ‘ମୋନ୍ଥା’ ରହିବ। ଥାଇଲାଣ୍ଡ ହାରା ନାମିତ ହୋଇଥିବା ଏହି ବାତ୍ୟା ଅନ୍ୟ ଏହା ବିଷୟରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଙ୍କ ପଚାରିବାରୁ ସେ ତାଙ୍କ ଟିପ୍ପଣୀ ଉପସ୍ଥାପନ କରିଥିଲେ।‘ମୋନ୍ଥା’ ଶବ୍ଦର ଅର୍ଥ ସୁଗନ୍ଧିତ ଫୁଲ।
