ସମ୍ଭାଵ୍ୟ ବାତ୍ୟା ମୋନ୍ଥାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ
ସମ୍ଭାଵ୍ୟ ବାତ୍ୟା ମୋନ୍ଥାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଜିଲ୍ଲାର ଉପକୂଳଵର୍ତ୍ତି ଅଞ୍ଚଳ ଗୁଡିକରେ ସତର୍କ ସୂଚନା ପ୍ରଦାନ କରାଯାଇଅଛି l ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷାକୁ ନଜରରେ ରଖି ତଳିଆ ଅଞ୍ଚଳ ଓ ସୁମଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ରହୁଥିବା ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ପାଇଁ ବ୍ୟାପକ ବ୍ୟବସ୍ତା କରାଯାଇଥିବା ବେଳେ ବାତ୍ୟାଆଶ୍ରୟସ୍ଥଳି ଗୁଡିକ ସୁରକ୍ଷିତ ରଖାଯିବା ପାଇଁ ଲକ୍ଷ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି। ଅନ୍ୟପଟେ ଦୀର୍ଘବର୍ଷ ଦାବି ପରେ ଲାଇଫଗାର୍ଡଙ୍କୁ ଅତ୍ୟାଧୁନିକ ଉପକରଣ ଦିଆଯାଇଥିବାରୁ ସେମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଆସନ୍ତା 27 ରୁ 29 ତାରିଖ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକଙ୍କୁ ସମୁଦ୍ର ସ୍ନାନ କରାଯାଇଛି | ଏ ନେଇ ପୁରୀ ବେଳାଭୂମିରେ ନାଲି ପତାକା ଲଗାଯାଇଛି ଓ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା କରାଯାଇଛି l ସେହିପରି ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ମସ୍ଚ୍ୟଜୀବୀ ମାନକୁ ମଧ୍ୟ ସମୁଦ୍ର ଭିତରକୁ ମାଛ ନ ମାରିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି l ବର୍ତ୍ତମାନ ସୁଦ୍ଧା ସମସ୍ତ ଡଙ୍ଗା କୂଳକୁ ଆସିଯାଇଥିବା ବେଳେ କିଛି ଡଙ୍ଗା ଆଜି ସମୁଦ୍ର ଭିତରକୁ ଯାଉଥିବା ଦେଖାଦେଇଛି। ଆବଶ୍ୟକ ପଡିଲେ ପୁରୀ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସ୍ଥାନାନ୍ତରଣ ପାଇଁ ପଦକ୍ଷେପ ନେବାକୁ ଲକ୍ଷ ରଖାଯାଇଅଛି l ଜିଲ୍ଲାରେ ସମସ୍ତ ଅଧିକାରୀମାନଙ୍କର ଛୁଟି ବାତିଲ କରାଯାଇଥିବାବେଳ ବାତ୍ୟା ଆଶ୍ରୟସ୍ଥଳୀ ସମେତ ସୁରକ୍ଷିତ ଆଶ୍ରୟ ସ୍ଥଳି ମାନଙ୍କରେ ପର୍ଯ୍ୟାପ୍ତ ମାତ୍ରାରେ ଖାଦ୍ୟ ପାନୀୟ, ଜିନିଷ ଆଦି ମହଜୁଦ କରି ରଖାଯାଇଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେପଟେ ପୁରୀ ପେଣ୍ଠକଟା ଅଞ୍ଚଳର ଲୋକମାନେ ମଧ୍ୟ ନିଜେ ସଚେତନ ରହିଥିବା ଓ ବାତ୍ୟା ସମୟରେ ପ୍ରଶାସନକୁ ସହଯୋଗ କରିବେ ବୋଲି କହିଥିବା ବେଳେ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଥିବା କହିଛି । ବାଇଟ୍1- ପେଣ୍ଠକଟା ବାସୀନ୍ଦାବାଇଟ୍2-ପେଣ୍ଠକଟା ବାସୀନ୍ଦାବାଇଟ୍3-ଦିବ୍ୟଜ୍ୟୋତି ପରିଡା,,,ଜିଲ୍ଲାପାଳ,,,( ବାତ୍ୟା ପ୍ରସ୍ତୁତି PART ଲାଗିବ )ବାଇଟ୍4-ପ୍ରଭାତ ରାଉତ,,ଅଗ୍ନିଶମ ବିଭାଗ ଅଧିକାରୀଭିଓ- ଅନ୍ୟପକ୍ଷରେ ପୁରୀକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ହୋଟେଳିୟର ମାନଙ୍କୁ ଆବଶକୀୟ ସୂଚନା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି l ଆସନ୍ତାକାଲି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ସ୍ନାନ ବାରଣ କରାଯଇଥିବା ହେତୁ ପର୍ଯ୍ୟଟକ ମାନଙ୍କୁ ସତର୍କ କରାଇବା ଲକ୍ଷ ନେଇ ବ୍ୟାପକ ଲାଇଫଗାର୍ଡ ମାନଙ୍କୁ ମୁତୟନ କରାଯାଇଛି l ଏ ନେଇ ଲାଇଫଗାର୍ଡ ମାନଙ୍କୁ ଆଜି ଆବଶକୀୟ ଡାକବାଜିଯନ୍ତ୍ର,ଅତ୍ୟାଧୁନିକ ସରଞ୍ଜାମ ସବୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି l ତେବେ ଏ ନେଇ ଆଜି ସମୁଦ୍ର କୂଳରେ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଶେଷକରି ପର୍ଯ୍ୟଟକ ମାନଙ୍କୁ ସତର୍କ କରାଇବା ନେଇ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ଲାଇଫଗାର୍ଡ ମାନେ ସ୍ୱାଗତ କରିଛନ୍ତି ।
