ଏକାମ୍ର ବାଲିଯାତ୍ରା ପଡିଆରେ ମେଗା ସପିଙ୍ଗ
ଭୁବନେଶ୍ୱର : ଏକାମ୍ର ବାଲିଯାତ୍ରା ପଡିଆରେ ମେଗା ସପିଙ୍ଗ ବଜାର ତଥା ଦେଶୀ ମେଳାର ଭୂମି ପୂଜା ଅନୁଷ୍ଠିତ ହୋଇଯାଇଛି, ଏହି ବାଲିଯାତ୍ରା ରେ ୧୦୦ ରୁ ଉର୍ଦ୍ଧ ଷ୍ଟଲ ଖୋଲାଯିବ ବୋଲି ମେଗା ସପିଙ୍ଗ ବଜାରର ମୁଖ୍ୟ ମୁନା ଭାଇ ସୂଚନା ଦେଇଛନ୍ତି, ଏଥର ରାଜ୍ୟ ବାହାରୁ ଅନେକ ବ୍ୟବସାୟୀ ମେଗା ସପିଙ୍ଗ ବଜାରରେ ସାମିଲ ହୋଥିବାରୁ ବ୍ୟବସାୟ ଭଲ ହେବବୋଲି ଆଶା କରାଯାଉଛି, ଏକାମ୍ର ବାଲିଯାତ୍ରା କୁଆଖାଇ ନଦୀ ର ବାଙ୍କୁଆଳ ଗ୍ରାମ ନିକଟରେ ହେଉଥିବାରୁ ଲକ୍ଷାଧିକ ଜନ ସମାଗମ ହେବେ, ତେଣୁ ଗ୍ରାହକ ମାନଙ୍କ ଚାହିଦାକୁ ନଜର ଦେଇ ମେଗା ସପିଙ୍ଗ ବଜାର ବହୁତ ଶସ୍ତା ଓ ସୁଲଭ ମୂଲ୍ୟରେ ସବୁ ପ୍ରକାର ଜିନିଷ ରଖାଯିବ ବୋଲି ମୁନା ଭାଇ କହିଛନ୍ତି, ବାଙ୍କୁଆଳ ବାସୀଙ୍କ ଅକୁଣ୍ଠ ସହଯୋଗ ବାଲିଯାତ୍ରା ରେ ରହିଥିବା ଯୋଗୁ ବ୍ୟବସାୟୀ ମାନେ ଏହି ଯାତ୍ରାକୁ ପ୍ରତିବର୍ଷ ଆସିବାକୁ ଉତ୍ସାହିତ ହେବେ,
