ବ୍ୟାସନଗରରେ ଧୁମ୍ ଧାମ୍ ରେ ପାଳିତ ହେଉଛି ଛଟ୍ ପୂଜା

ବ୍ୟାସନଗରରେ ଧୁମ୍ ଧାମ୍ ରେ ପାଳିତ ହେଉଛି ଛଟ୍ ପୂଜା

ଆଜି ସାରା ଦେଶରେ ଛଟ୍ ପୂଜା ଛଟ୍ ପର୍ବ ପାଳିତ ହେଉଥିବା ବେଳେ ଚଳଚଞ୍ଚଳ ସହର ବ୍ୟାସନଗର ରେ ମଧ୍ୟ ଧୁମ୍ ଧାମ୍ ରେ ପାଳିତ ହେଉଛି ଛଟ୍ ପୂଜା l ତେବେ ଏନେଇ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି l କେବଳ ଉତ୍ତର ଭାରତ ନୁହେଁ ବରଂ ସମଗ୍ର ଭାରତ ରେ ବିହାରୀ ସମ୍ପ୍ରଦାୟ ର ଲୋକ ମନେ ଏହି ପର୍ବ ପାଳନ କରିଥାନ୍ତି l ସେହିପରି ଯାଜପୁର ଜିଲ୍ଲାର ବ୍ୟାସନଗର ସହରରେ ମଧ୍ୟ ବେଶ ଧୁମ୍ ଧାମରେ ପାଳନ ହୋଇ ଯାଇଛି ଛଟ୍ ପର୍ବ l ମହିଳା ମାନେ ନିର୍ଜଳ ଉପବାସ ରଖି ତାଙ୍କ ପରିବାରର ସୁଖ ଶାନ୍ତି ପାଇଁ ସୂର୍ୟ୍ୟ ଦେବଙ୍କୁ ପାର୍ଥନା କରିଥାନ୍ତି l ସୂର୍ୟ୍ୟ ଦେବଙ୍କ ଉପାସନାରେ ଏହି ଛଟ୍ ପର୍ବରେ ଖାସ୍ ମହତ୍ୱ ରହିଛି ବୋଲି ଶ୍ରଦ୍ଧାଳୁ ମନେ ମତ ପ୍ରକାଶ କରିଛନ୍ତି l ଦୁଇ ଥର ଅର୍ଘ୍ୟ ଦେବା ପରେ ହିଁ ବ୍ରତ ପୂରା ହୋଇଥାଏ ବୋଲି ଜଣାଇଛନ୍ତି l ଛଟ୍ ପର୍ବର ବ୍ରତ ଏବଂ ପୂଜା ର କିଛି ଭିନ୍ନ ମହତ୍ୱ ଥିବା ସୂଚନା ମିଳିଛି l

ଯାଜପୁର ବ୍ୟାସନଗରରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *