ଶୀର୍ଷକ _ବତାସ


ରୀତାରାଣୀ ଦାଶ
ବାଲେଶ୍ୱର

କ୍ରୋଧରେ ହିଂସାରେ ପ୍ରତି ଆକ୍ରମଣେ
କରିବ ପଶୁ ପ୍ରବୃତ୍ତି
ବତାସ ତାଦୃଶ ଗର୍ଜନରେ ଆସେ
ପ୍ରାଣେ ସଂଚାରଇ ଭୀତି
ଝଡର ଝଟକା ଜୋରେ,
ପ୍ରବଳ ବେଗରେ ବହି କ୍ଷତିକରେ
ଗଛ ଉପାଡି ଧରାରେ |

ଆକ୍ରମଣ କାରୀ ପରାକ୍ରମୀ ବୀର
ଜିଣେ ସବୁ ଶକତିରେ
ଠିକ ସେହିପରି ତୀବ୍ର ବେଗରେ ଯେ
ବତାସ ଆଘାତ କରେ
ଢୋଲ ପରି ଶବ୍ଦ କରେ,
ବତାସ ସହିତ ଶବ୍ଦ ମିଶ୍ରଣରେ
ଭୟ ଭୀତି ସୃଷ୍ଟି କରେ |

ବତାସ ଓ ଝଡ ଶକ୍ତି ପରୀକ୍ଷଣ
କରନ୍ତି ମାନବଙ୍କର
କ୍ରୋଧ ଯେ ବାୟୁର ଶବ୍ଦଟି ଝଡର
ଶକ୍ତି ଅଟେ ପ୍ରକୃତିର
ମହାନତା ଦୃଷ୍ଟିକୋଣେ,
ଦୟା, ଭକ୍ତି, ପ୍ରେମ ସତ ଆଚରଣେ
କ୍ଷମା ଦେବା ପ୍ରତିକ୍ଷଣେ |

ସମୟ ଚକ୍ରରେ ଦୁର୍ଲ୍ଲଭ ଜୀବନେ
ଆସଇ ବତାସ ଝଡ
ହତାଶ ବଦଳେ କାହା କଷଣରେ
ଆଗକୁ ଗମନେ ଦୃଢ଼
ସାହସ ସମର୍ପଣରେ,
ହିଂସା, ଈର୍ଷାଠାରୁ ଦୂରେ ରହିବାଟା
ହିତ ମଣିଷ ପଣରେ |

Leave a Reply

Your email address will not be published. Required fields are marked *