ଏସିଡ଼୍ ଆକ୍ରମଣ ରୋକିବା ବିଷୟରେ ସଚେତନତା କାର୍ଯ୍ୟକ୍ରମ
ଜଗତସିଂହପୁର, ତା ୨୭.୧୦.୨୦୨୫: ଜିଲ୍ଲା ଅଦାଲତର ସମ୍ମିଳନୀ ସଭାଗୃହରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣର ତରଫରୁ ନାଲସା ଯୋଜନା ଅନୁଯାୟୀ ଏସିଡ଼୍ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ଆଇନ ସେବା ଯୋଜନା ୨୦୧୬, ଦଣ୍ଡବିଧାନ ଆଇନ୍ ଏବଂ ଓଡ଼ିଶା ପିଡ଼ିତା କ୍ଷତି ପୂରଣ ଯୋଜନା ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ଯକ୍ଷ ଶ୍ରୀନିବାସ ପ୍ରତିହାରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ପୋକ୍ସୋ ଅଦଳତାର ଆଡହକ୍ ଅତିରିକ୍ତ ଜିଲ୍ଲା ଜଜ୍ ଏସ୍.ଏ.କେ.ଜେଡ୍ ଜାହିରା ଅହମ୍ମଦ, ପରିବାର ଅଦାଲତ ବିଚାରପତି ରଶ୍ମିତା ଦଳେଇ, ଅତିରିକ୍ତ ଜିଲ୍ଲା ଜଜ୍ ହର ପ୍ରସାଦ ପଟ୍ଟନାୟକ, ସ୍ଵତନ୍ତ୍ର ପୋକ୍ସୋ ଅଦଳତାର ଅତିରିକ୍ତ ଜିଲ୍ଲା ଜଜ୍ ଗାର୍ଗୀ ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘ ସମ୍ପାଦକ ପ୍ରସନ୍ନ କୁମାର ମହାନ୍ତି, ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ ଓଜଦ୍ଵିତୀ ମହାନ୍ତି, ମହିଳା ଅଦାଲତ ବିଚାରପତି ସ୍ଵପ୍ନାଶ୍ରୀ ନାୟକ, ସବ ଜଜ୍ ରାକେଶ କୁମାର ମୁଦୁଲି, ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା ପ୍ରମୁଖ ଏବଂ ଆଇନଜୀବୀବୃନ୍ଦ ଉପସ୍ଥିତ ଥିଲେ । ଜିଲ୍ଲା ଜଜ୍ ଶ୍ରୀ ପ୍ରତିହାରୀ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଏସିଡ଼୍ ଆକ୍ରମଣର ଶିକାର ହେଉଥିବା ବ୍ୟକ୍ତିଙ୍କ ପାଇଁ ଆଇନଗତ ସହାୟତା ଏବଂ କ୍ଷତିପୂରଣ ପାଇଁ ବିଭିନ୍ନ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଇଥିଲେ । ତତ୍ ସହିତ ଏସିଡ଼୍ ଆକ୍ରମଣ ର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ମାଗଣଶ ଚିକିତ୍ସା ଯୋଗାଇ ଦେବା ସହ ସେମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ଏହି ବିଷୟରେ ପୁନଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଏସିଡ଼୍ ଆକ୍ରମଣକୁ ଭିତ୍ତି କରି ଏକ ନାଟକ ପରିବେଷଣ କରାଯାଇଥିଲା । କୃତି ପ୍ରତିଯୋଗୋଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା ପରିଚାଳନା କରିଥିଲେ ।
