ଆନ୍ତଃ କଲେଜ କ୍ରିକେଟ୍ ମ୍ୟାଚ୍*ନିମାପଡ଼ାକୁ ହରାଇଲା କୋଣାର୍କ କଲେଜ୍

କୋଣାର୍କ,୨୮.୧୦(ଜ)- ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ କୋଣାର୍କ ଭଗବତୀ ମହାବିଦ୍ୟାଳୟ ପକ୍ଷରୁ ଆନ୍ତଃ କଲେଜ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। +୨ ଶ୍ରେଣୀର ଛାତ୍ର ମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଖେଳରେ ନିମାପଡ଼ା ସ୍ଵଂୟ ଶାସିତ କଲେଜକୁ ହରାଇ କୋଣାର୍କ ଭଗବତୀ କଲେଜ ବିଜୟୀ ହୋଇଛି। ପ୍ରାରମ୍ଭରେ କୋଣାର୍କ କଲେଜ୍ ଅଧକ୍ଷ ଅବତାର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ମ୍ୟାଚ ଶୁଭାରମ୍ଭ କରିଥିଲେ। ବର୍ଷା ବାଧାପ୍ରାପ୍ତ କାରଣରୁ ୮ ଓଭର ବିଶିଷ୍ଟ ମ୍ୟାଚ୍ କରାଯାଇଥିଲା। କୋଣାର୍କ କଲେଜ ଟିମ୍ ଅଧିନାୟକ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିଥିଲେ। ନିମାପଡ଼ା କଲେଜ ନିର୍ଦ୍ଧାରିତ ୮ ଓଭରରେ ୩ ୱିକେଟ ହରାଇ ୯୬ ରନ୍ କରିଥିଲା। ଦଳ ପକ୍ଷରୁ ଜାଭେଦ ଅଖତାର ଖାନ ସର୍ବାଧିକ ୪୪ ରନ କରିଥିଲେ । ଜବାବରେ କୋଣାର୍କ କଲେଜ୍ ୭.୨ ଓଭରରେ ମାତ୍ର ୧ ୱିକେଟ୍ ହରାଇ ଆବଶ୍ୟକ ରନ୍ ସହ ୯ ଉଇକେଟରେ ବୃହତ୍ ବିଜୟ ଲାଭ କରିଥିଲା । କୋଣାର୍କ କଲେଜ୍ ପକ୍ଷରୁ ବାମହାତି ଖେଳାଳି ସୁଭ୍ରଜିତ୍ ରାଉତ ଦ୍ରୁତ ୩୮ ବଲରୁ ଅପରାଜିତ ୬୨ ରନ୍ କରିଥିଲେ। ତାଙ୍କୁ ମ୍ୟାଚ୍ ଶ୍ରେଷ୍ଠ ଖେଳାଳି ଭାବେ ଘୋଷଣା କରାଯାଇଥିଲା। ଅମ୍ପାୟାର୍ ଭାବେ ପୂର୍ବତନ କ୍ଲବ୍ କ୍ରିକେଟ୍ ଖେଳାଳି ରମେଶ ସ୍ବାଇଁ ଓ ପୂର୍ବତନ ଆନ୍ତଃ କଲେଜ କ୍ରିକେଟର ତଥା ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ ମ୍ୟାଚ୍ ପରିଚାଳନା କରିଥିବା ବେଳେ ଅଧ୍ୟାପକ କ୍ୟାପଟେନ ବିନୟ ଭୂଷଣ ମହାନ୍ତି ଓ ଅଧ୍ୟାପକ ସୁରେନ୍ଦ୍ର ଖଟୁଆ ସମସ୍ତ କ୍ରୀଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *