ପୁରୀରୁ ରଥ ଚକ ଗଲା କାକଟପୁରର ଦେଉଳି ମଠ

ପୁରୀରୁ ରଥ ଚକ ଗଲା କାକଟପୁରର ଦେଉଳି ମଠ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନନ୍ଦିଘୋଷ ରଥର ଚକଙ୍କୁ ବିନାମୂଲ୍ୟରେ କାକଟପୁର ଦେଉଳି ମଠକୁ ଦେବାପାଇଁ ସେଠାର ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଥିଲା। ସେ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ଚକ ଦିଆଯିବା ପରେ ଭଜନ କୀର୍ତନ ଓ ସଂକୀର୍ତନ କରି ରଥ ଚକକୁ ପୁରୀରୁ ଦେଉଳି ମଠ ନିଆଯାଇଛି। ନବକଳେବର ସମୟରେ ଦେଉଳି ମଠରେ ବନଯାଗ ଯାତ୍ରୀ ସେବାୟତ ରହି ଦାରୁ ସଂଗ୍ରହ ପାଇଁ ଯାଇଥାନ୍ତି। ସେହିଁ ପରମ୍ପରା ଆଧାରରେ ଆଜି ରଥ ଚକ ଦିଆଯାଇଛି l ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ମହାପ୍ରଭୁଙ୍କ ରଥ ଚକକୁ ଦେଉଳିମଠକୁ ନିଆଯାଇଥିଲା l

Leave a Reply

Your email address will not be published. Required fields are marked *