ବାୟୋଲୋଜି ବିଭାଗରେ ଡେମୋନଷ୍ଟ୍ରେଟର ଜ୍ଞାନ ରଂଜନ ପାତ୍ର ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା
ବାୟୋଲୋଜି ବିଭାଗରେ ଡେମୋନଷ୍ଟ୍ରେଟର ଜ୍ଞାନ ରଂଜନ ପାତ୍ର ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାନୀତି ନିଷ୍ଠ ସେବା ହିଁ ପ୍ରକୃତ ରାଷ୍ଟ୍ର ର ସେବା – ଅଧ୍ୟକ୍ଷ ଡକ୍ଟର ବିବେକାନନ୍ଦ ସିଂହ ତିର୍ତ୍ତୋଲ :ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବାୟା ଅବଧୂତ ମହାବିଦ୍ୟାଳୟ,କନିମୂଳ ର ବାୟୋଲୋଜି ବିଭାଗରେ ଡେମୋନଷ୍ଟ୍ରେଟର ପଦବୀ ରେ ଦୀର୍ଘ ୩୨ ବର୍ଷ ସେବା ପ୍ରଦାନ କରି ଜ୍ଞାନ ରଂଜନ ପାତ୍ର ସରକାରୀ ନିୟମ ଅନୁସାରେ ସେବା ନିବୃତ ହୋଇଛନ୍ତି। ଏହି ଅବସରରେ କଲେଜ ର ଏକାଡେମୀକ ବର୍ଷାର ପୁଷ୍ପକ କୁମାର କରଶର୍ମାଙ୍କ ସଭାପତିତ୍ବରେ ଆୟୋଜିତ ଅବସରକାଳୀନ ସମ୍ବର୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ କଲେଜ ର ଅଧ୍ୟକ୍ଷ ଡକ୍ଟର ବିବେକାନନ୍ଦ ସିଂହ ସମ୍ବର୍ଧନାର ମାନପତ୍ର ବରିଷ୍ଟ ଡେମୋନଷ୍ଟ୍ରେଟର ବିକାଶ ଚନ୍ଦ୍ର ମହାନ୍ତି ପାଠ କରିବା ପରେ ଜ୍ଞାନ ରଂଜନ ପାତ୍ର ଙ୍କୁ ଉତ୍ତରୀୟ, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସୂଚକ ସମ୍ବର୍ଧନା କରିବା ସହିତ ନିଃସ୍ୱାର୍ଥପର ନୀତି ନିଷ୍ଠ ସେବା ହିଁ ପ୍ରକୃତରେ ରାଷ୍ଟ୍ର ର ସେବା ବୋଲି ମତପୋଷଣ କରିଥିଲେ। ଅବସର ପ୍ରାପ୍ତ ଜ୍ଞାନ ରଂଜନ ପାତ୍ର ତାଙ୍କର ଦୀର୍ଘ ୩୨ ବର୍ଷର ସେବା ଜୀବନ ଓ ମହାବିଦ୍ୟାଳୟ ର ବିକାଶରେ ନିଜ ର କର୍ତ୍ତବ୍ୟ ସମ୍ପାଦନ ବିଷୟରେ ଉଲ୍ଲେଖ କରିବା ସହିତ ରିକ୍ତ ହସ୍ତରେ ଅର୍ଥାତ୍ ବିନା ସାମାଜିକ ନିରାପତ୍ତା ଓ ପେନସନ ରେ ବିଦାୟ ନେବା ପ୍ରକାଶ କରିବା ସହିତ ସମସ୍ତ କର୍ମଚାରୀ ଓ ମହାବିଦ୍ୟାଳୟ ର ଶୁଭ କାମନା କରିଥିଲେ। କଲେଜ ର ଷ୍ଟାଫ କାଉନସିଲର ସଂପାଦକ ଅଧ୍ୟାପକ ମନୋରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଶ୍ରୀ ପାତ୍ରଙ୍କ ନିର୍ଭିକତା ବିଷୟରେ ଆଲୋକପାତ କରିଥିଲେ। ପ୍ରଶାସନିକ ଅଧିକାରୀ ଅଧ୍ୟାପିକା ଦୀପି ଦୀପାଳୀ ମହାପାତ୍ର ଶ୍ରୀ ପାତ୍ର ଙ୍କ କର୍ତ୍ତବ୍ୟ ନିଷ୍ଠା ଓ ସମୟାନୁ ବର୍ତ୍ତିତା ଉପରେ ସୂଚାଇଥିଲେ। ଏକାଉଣ୍ଟ୍ ବର୍ଷାର ପ୍ରଶାନ୍ତ କୁମାର ସାହୁ ବିଜ୍ଞାନ ବିଭାଗର ବିକାଶ ଓ କଲେଜର ଗଠନ ମୂଳକ କାର୍ଯ୍ୟରେ ଶ୍ରୀ ପାତ୍ରଙ୍କ ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ। ରସାୟନ ବିଜ୍ଞାନ ବିଭାଗର ର ବରିଷ୍ଟ ଡେମୋନଷ୍ଟ୍ରେଟର ରମାକାନ୍ତ ଲେଙ୍କା ଶ୍ରୀ ପାତ୍ରଙ୍କ ଦିଗ୍ ଦର୍ଶନ ତାଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ।

ଅଧ୍ୟାପିକା ଆସ୍ପୃହା ଶୁଭ ଲକ୍ଷ୍ମୀ ଶ୍ରୀ ପାତ୍ରଙ୍କ ସେବା ନିପୂଣ ତା ପାଇଁ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ଇଂରାଜୀ ଅଧ୍ୟାପିକା ଦୀପ୍ତି ମୟୀ ବେହେରା କିପରି ପ୍ରତ୍ୟେକ କାର୍ଯ୍ୟ ରେ ସହୋଯୋଗ ଓ ଅଭିଭାବକ ପରି ଶ୍ରୀ ପାତ୍ର କାର୍ଯ୍ୟ ନିର୍ବାହ କରୁଥିଲେ ପ୍ରକାଶ କରିଥିଲେ।ଅଧ୍ୟାପକ ପିଣ୍ଟୁ ଚରଣ ବେହେରା ଶ୍ରୀ ପାତ୍ର ସଙ୍କଟ ସମୟରେ କିପରି ସହାୟତା ଯୋଗାଇ ଦେଉଥିଲେ ପ୍ରକାଶ କରିଥିଲେ। ଅଧ୍ୟାପିକା ସାଗରୀକା ଦାସ ଶ୍ରୀ ପାତ୍ର କିପରି ମହାବିଦ୍ୟାଳୟ ର ଆବଶ୍ୟକତା କୁ ପୁରଣ କରିବା ପାଇଁ ଚେଷ୍ଟା କରିବା ସହିତ ତାଙ୍କ ପରି କର୍ମଚାରୀ ଙ୍କୁ ଉସ୍ରାହିତ କରୁଥିଲେ ପ୍ରକାଶ କରିଥିଲେ। ଅଧ୍ୟାପକ ନିତେଶ କୁମାର ସ୍ବାଇଁ ଶ୍ରୀ ପାତ୍ରଙ୍କ ଗଛ ଲଗାଇବା ପାଇଁ ବ୍ୟାକୁଳତା ବିଷୟରେ ଉଲ୍ଲେଖ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଖୁଲଣା ସ୍ୱାଇଁ, ବିଜୟ କୁମାର ଦାଶ, ଦିଲ୍ଲିପ କୁମାର ସ୍ବାଇଁ, ନୃସିଂହ ଚରଣ ରାଉତ, ନିତ୍ୟାନନ୍ଦ ରାଉତ, ରବିନ୍ଦ୍ର କୁମାର ନାଏକ, ଶର୍ମିଷ୍ଠା ମହାପାତ୍ର, ଲୋକନାଥ ରଣା, ଅନିରୁଦ୍ଧ ସାହୁ, ନୃସିଂହ ସାହୁ, ପ୍ରମୋଦ କୁମାର ରାଉତ, ମାଳତୀ ସାହୁ ଓ ଗୋଲେଖ ଚନ୍ଦ୍ର ମଲ୍ଲିକ ପ୍ରମୁଖ କଲେଜ ର କର୍ମଚାରୀ ଶ୍ରୀ ଜ୍ଞାନ ରଂଜନ ପାତ୍ର ଙ୍କ ସର୍ବବିଧ ମଙ୍ଗଳ କାମନା କରିଥିଲେ। କଲେଜ ର ପ୍ରାକ୍ତନ ଛାତ୍ର ସାମ୍ବାଦିକ ରଞ୍ଜନ କୁମାର ଖୁଣ୍ଟିଆ ଓ ଚଂଦ୍ର ମଣି ସାହୁ ପଢିଲା ବେଳେ କିପରି ଶ୍ରୀ ପାତ୍ର ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରୁଥିଲେ ପ୍ରକାଶ କରିଥିଲେ। ସଭାପତିଙ୍କ ଅଭିଭାଷଣ ରେ ଅଧ୍ୟାପକ ପୁଷ୍ପକ କୁମାର କର ଶର୍ମା ଶ୍ରୀ ପାତ୍ର ହିଁ ପ୍ରକୃତରେ ଜଣେ ଅନୁଷ୍ଠାନ ଓ ପ୍ରକୃତି ପ୍ରେମୀ ବୋଲି କହିଥିଲେ। ଶେଷରେ ପଦାର୍ଥ ବିଜ୍ଞାନର ଡେମୋନଷ୍ଟ୍ରେଟର ବିକାଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
