ଦୁର୍ନୀତି ନିବାରଣ ସତର୍କତା କାର୍ଯ୍ୟକ୍ରମ ଆୟୋଜିତ

ରଘୁନାଥପୁର:-୨୯:୧୦ଜଗତସିଂହପୁର,,ତା ୨୯.୧୦.୨୦୨୫: ତା ୨୭.୧୦.୨୦୨୫ରିଖ ଠାରୁ ୦୨.୧୧.୨୦୨୫ରିଖ ପର୍ଯ୍ୟନ୍ତ ଜିଲ୍ଲା ରେ ଦୁର୍ନୀତି ସଚେତନତା ସପ୍ତାହ-୨୦୨୫ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଜଗତସିଂହପୁର ଜିଲ୍ଲା ର ରଘୁନାଥପୁର ବ୍ଲକ୍ କାର୍ଯ୍ୟଳୟ ରେ ଦୁର୍ନୀତି ନିବାରଣ ସତର୍କତା ସଭା ବିଡ଼ିଓ ବିରଞ୍ଚି ନାରାୟଣ ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।ଶ୍ରୀ ବେହେରା ଉପସ୍ଥିତ ସମସ୍ତଙ୍କୁ ନିଜ ଆଚରଣ ରେ ସାଧୁତା,ସଚ୍ଚୋଟତା ଆଣିବା ପାଇଁ ପରାମର୍ଶ ଦେଇଥିଲେ। ସଭାରେ ଉପସ୍ଥିତ ରହି ଉପ ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ବିଭାଗ, ଶ୍ରୀମତୀ ଅନୁପମା ସାହୁ ଆଚରଣ ରେ ସଚ୍ଚୋଟତା ଓ ସାଧୁତା ହିଁ ପ୍ରଶାସନିକ ବ୍ୟବସ୍ଥା ରେ ସ୍ୱଚ୍ଛତା ଆଣିପାରିବ ବୋଲି କହିଥିଲେ।ଏହି ସଭାରେ ଦୁର୍ନୀତି ନିବାରଣ ବିଭାଗର ଇନ୍ସପେକ୍ଟର ସିଦ୍ଧାର୍ଥ କୁମାର ରାଉତ, ବ୍ଲକ୍ କାର୍ଯ୍ୟଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଦୁର୍ନୀତି ନିବାରଣ ବିଷୟ ରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *