ପାଳିତ ହେବ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ।
ଛତ୍ରପୁର ୩୦ /୧୦ ଦୁର୍ନୀତି ନିବାରଣ ସପ୍ତାହ ୨୭ ଅକ୍ଟୋବର ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସଚେତନତାମୂଳକ କାର୍ଯ୍ୟକ୍ରମ ପାଳିତ ହେବ । ଏହି ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଚ୍ଚ ବିଦ୍ୟାଳୟ ସ୍ତରରେ ଦେଶର ବିକାଶ କ୍ଷେତ୍ରରେ ଦୁର୍ନୀତି ପ୍ରତିବନ୍ଧକ ବିଷୟ ବସ୍ତୁ ଥିବା ବେଳେ ଦେବିନା ନାୟକ, କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ ଶ୍ରୀୟାଶ୍ରୀ ବିଷୋୟୀ, କେନ୍ଦ୍ରୀୟ ବିଦ୍ୟାଳୟ, ଛତ୍ରପୁର, ଦ୍ବିତୀୟ ସ୍ଥାନ ଓ ଜ୍ଞାନ ଜ୍ୟୋତି ଦାଶ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଛତ୍ରପୁର ତୃତୀୟ ସ୍ଥାନ ହାସଲ କରିଛନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଦୁର୍ନୀତି ମୁକ୍ତ ସମାଜ ଗଠନରେ ଛାତ୍ର ସମାଜର ଭୂମିକା ବିଷୟବସ୍ତୁ ଥିବା ବେଳେ ଅର୍ପିତା ମହାପାତ୍ର, ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଥମ ସ୍ଥାନ, ଅବନ୍ତୀକା ସ୍ବାଇଁ ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଓ ସୁପ୍ରଭା ପ୍ରିୟଦର୍ଶନୀ ବେହେରା ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ମହାବିଦ୍ୟାଳୟ ସ୍ତରରେ ଦୁର୍ନୀତି ନିବାରଣ : ଆମ ସାମୁହିକ ଦାୟୀତ୍ବ ବିଷୟବସ୍ତୁ ଥିବାବେଳେ ଶିଖା ନାହାକ ସରକାରୀ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପ୍ରଥମ ସ୍ଥାନ, ଶିବାନୀ ବେହେରା ଛତ୍ରପୁର ମହିଳା ସ୍ନାତକ ମହାବିଦ୍ୟାଳୟ ଦ୍ବିତୀୟ ସ୍ଥାନ ଓ ରେଶ୍ମା ସ୍ବାଇଁ ଛତ୍ରପୁର ମହିଳା ସ୍ନାତକ ମହାବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଛତ୍ରପୁର ପୂର୍ବତନ ଅଶୋକ କୁମାର ଚୌଧୁରୀ, ସାମ୍ବାଦିକ ତଥା ଅବସରପ୍ରାପ୍ର ସରକାରୀ କର୍ମଚାରୀ ଭି.ରାଜେନ୍ଦ୍ର ରାଜୁ ଓ ସମାଜ ସେବୀ ଅରୁଣ କୁମାର ଶତପଥୀ ବିଚାରକ ଦାୟିତ୍ବ ତୁଲାଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କତ କାର୍ଯ୍ୟାଳୟ ଓ ଦୁର୍ନୀତି ନିବାରଣ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
