ବ୍ୟାସନଗର ପୌର ପରିଷଦରେ ଗଣ ପର୍ବ କାଳୀପୂଜାର ଭଷାଣି ଓ ମେଲଣ ଉତ୍ସବ

ବ୍ୟାସନଗର ପୌର ପରିଷଦରେ ଗଣ ପର୍ବ କାଳୀପୂଜାର ଭଷାଣି ଓ ମେଲଣ ଉତ୍ସବ,ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ ସଂସ୍କୃତି ଭଵନରେ ପ୍ରସ୍ତୁତି ବୈଠକ ଶେଷ l ଆଜି ଜିଲ୍ଲା ପୋଲିସ ପକ୍ଷରୁ ଏସ.ଡି.ପି.ଓ.ଙ୍କ ନେତୃତ୍ୱରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଏସ.ପି. ୟସ୍‌ ପ୍ରତାପ ଶ୍ରୀମଲ, ଅତିରିକ୍ତ ଏସ.ପି. ପୁଷ୍ପଲତା ବାରିକ ଓ କଳିଙ୍ଗନଗର ଅତିରିକ୍ତ ଏସ.ପି. ଯୋଗଦେଇ କିଭଳି ସୂଚାରୁ ରୂପେ ମେଲଣ ଓ ଭଷାଣି ଉତ୍ସବ ଶେଷ ହେବ ଆଲୋଚନା କରିଥିଲେ l ଏହି ବୈଠକର ବିଭିନ୍ନ ଥାନାର ଅଧିକାରୀ ପୋଲିସ କର୍ମଚାରୀ ଉପସ୍ଥିତ ରହି ଟ୍ରାଫିକ, ଚେନ ଚିନ୍ତାଇ ଓ ଗଣ୍ଡଗୋଳ ଉପରେ କିପରି ରୋକ ଦିଆଯିବ ଆଲୋଚନା କରିଥିଲେ l ଆସନ୍ତା କାଲି ଏହି ମେଲଣ ଉତ୍ସବରେ ୧୭ଟି ମେଢ଼ ସାମିଲ ହେବା ସହିତ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ହେବାର କାର୍ଯ୍ୟକ୍ରମ ଅଛି l ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଦର୍ଶକ ବ୍ୟାସନଗର ପୌର ପରିଷଦକୁ ଆସିବେ l ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ୨୦ ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ୬ ପ୍ଲାଟୁନ ପୋଲିସ ଫୋର୍ସ ରହିବେ ବୋଲି ଏସପି ଶ୍ରୀ ଶ୍ରୀମଲ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *