ବ୍ଲକ ସ୍ଥରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫

ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ଥରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ପାଳିତ ହୋଇଯାଇଅଛି | ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ତିର୍ତ୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ, ସମ୍ମାନିତ ଅତିଥିଭାବେ ନିର୍ଦେଶକ ପଶୁ ଚିକିତ୍ସା ବିଭାଗ ବିଜୟଅମୃତା ତୁଲାଙ୍ଗେ, ତିର୍ତ୍ତୋଲ ମଣ୍ଡଳ ଉନ୍ନୟନ ଅଧିକାରୀ ଗିରିଜା ପ୍ରସାଦ ମଲ୍ଲିକ, ତିର୍ତ୍ତୋଲ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଙ୍କ ପ୍ରତିନିଧି ଉପେନ୍ଦ୍ର ମହାନ୍ତି, ବ୍ଲକଉପାଧକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟା ରଞ୍ଜିତା ସିଂ ଏବଂ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଅଜୟ କୁମାର ସାହୁ, ବ୍ଲକ ପଶୁ ଚିକିତ୍ସା ଅଧିକାରିଣୀ ନମସ୍ୟା ପ୍ରିୟଦର୍ଶିନୀ ପ୍ରମୁଖ ମଞ୍ଚାସିନ ହୋଇଥିଲେ |

ମଞ୍ଚାସିନ ଅତିଥି ମାନେ ରାଜ୍ୟ ସରକାର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମାଧ୍ୟମରେ ଚାଷୀ ଭଉଣୀ ମାନଙ୍କୁ ମିଳୁଥିବା ବିଭିନ୍ନ ଯୋଜନା ଏବଂ ସେଗୁଡିକର ଲାଭ ବିଷୟରେ ଆଲୋକପାତ କରିଥିଲେ | ଆଗାମୀ ଦିନରେ ଏହି ମେଳା ପଞ୍ଚାୟତ ସ୍ଥରରେ କରାଯିବ ବୋଲି ସାଂସଦ ଙ୍କ ପ୍ରତିନିଧି ସୂଚନା ପ୍ରଦାନ କରିଥିଲେ | ଏହି ଅବସରରେ କୃଷି, ପଶୁପାଳନ ଏବଂ ମାଛ ଚାଷ ରେ ସଫଳତା ଅର୍ଜନ କରିଥିବା ଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା |

Leave a Reply

Your email address will not be published. Required fields are marked *