ବିଶ୍ୱ ମିତଵ୍ୟୟୀ ଦିବସ – ୨୦୨୫ ପାଳିତ
ଅଦ୍ୟ ତା ୩୦.୧୦.୨୦୨୫ ରିଖ ଜିଲ୍ଲା ଆର୍ଥିକ ସେବା ଓ ସଂଚୟ ବିଭାଗ କାର୍ଯ୍ୟାଳୟ,ଭଦ୍ରକ ଓ ଅତିରିକ୍ତ ଜିଲ୍ଲାପାଳ ଭଦ୍ରକଙ୍କ ସଭାପତିତ୍ଵରେ ସଦ୍ ଭାବନା ଗୃହ ଠାରେ ଜିଲ୍ଲା ବିଶ୍ୱ ମିତଵ୍ୟୟୀ ଦିବସ – ୨୦୨୫ ପାଳିତ ହୋଇଯାଇଛି । ଉକ୍ତ କାଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରବି ନାରାୟଣ ସାହୁ ଯୋଗ ଦେଇ ସଞ୍ଚୟ, ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଓ ସୁକନ୍ୟା ସମୃଦ୍ଧି ଖାତା ଖୋଲିବା , ସମସ୍ତ ଜିଲ୍ଲା କାର୍ଯ୍ୟାଳୟ ର ଅଧିକାରୀ, କର୍ମଚାରୀ ଅନଲାଇନ ଠକେଇରୁ କିପରି ନିଜକୁ ସୁରକ୍ଷିତ ରଖିପାରିବେ ସେହି ବିଷୟ ରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ସଭାରେ ଅତିଥି ଭାବରେ ଭଦ୍ରକ ଡାକ ବିଭାଗ ଅଧିକାରୀ ଶ୍ରୀ ବିଜୟ କୁମାର ମହାନ୍ତି, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍ ଅଧିକାରୀ, କହିଥିଲେ ଯେ ଡାକବିଭାଗ ଖାଲି ଚିଠି ଦେବା ନେବାର କେବଳ ମାଧ୍ୟମ ନ ହୋଇ ଏକ ଉତ୍ତମ ସଂଚୟର ବାଟ ହୋଇପାରିଛି। ଯେଉଁଠି ବ୍ୟାଙ୍କ୍ ନାହିଁ ସେଠାରେ ସଂଚୟର ଏକ ନୂତନ ବାଟ ଡାକ ବିଭାଗ ଦେଖାଇଛି। ଅତି କମ ରେ 100 ଟଙ୍କା ରେ ଡାକ ବିଭାଗରେ ଖାତା ଖୋଲା ହୋଇପାରୁଛି । ସାଇବର ସେଲ ଅଧିକାରୀ ଶ୍ରୀମତୀ ବନ୍ଦନା ଦେବୀ ବିଭିନ୍ନ ସାଇବର ଅପରାଧ ବିଷୟରେ କହିଲେ । ନିଜର ସାମାନ୍ଯ
ଅସ। ବଧାନତା କାରଣରୁ ଅନଲାଇନ ବ୍ୟବହାର କରି ନିଜର ସର୍ବସ୍ଵ ହରାଇ ଥାନ୍ତି ।
୧. ଫିସିଂ (Phishing)ଏହି ପ୍ରକାର ଠକେଇରେ ଠକେଇବାଜ
ମ।ନେ ଏକ ନକଲି ୱେବସାଇଟ ବା ଇମେଲ୍/ମେସେଜ୍ ଦେଇ ଆପଣଙ୍କୁ ଆକର୍ଷିତ କରନ୍ତି।
ଉଦାହରଣ —
“ଆପଣଙ୍କ ବ୍ୟାଙ୍କ ଖାତା ବନ୍ଦ ହୋଇଯାଇଛି। ଦୟାକରି ଏହି ଲିଙ୍କରେ ଯାଇ OTP ଦିଅନ୍ତୁ।” ଏଭଳି ଲିଙ୍କକୁ କ୍ଲିକ୍ କଲେ ଠକେଇବାଜ ଆପଣଙ୍କ ବ୍ୟକ୍ତିଗତ ସୂଚନା ଓ ଟଙ୍କା ହାସଲ କରିନେଇପାରନ୍ତି।
, ୨. ଲଟେରି ବା ପୁରସ୍କାର ଠକେଇ ।
ଠକେଇବାଜ ମ।ନେ ମେସେଜ୍ ବା ଇମେଲ୍ ଦେଇ କୁହନ୍ତି ଯେ —”ଆପଣ ₹25 ଲକ୍ଷ ଜିତିଛନ୍ତି, ଟଙ୍କା ନେବା ପାଇଁ କିଛି ଫି ଦିଅନ୍ତୁ।”
ଏଭଳି ମେସେଜ୍ ସବୁ ନକଲି ହୁଏ।
୩. ଅନଲାଇନ ଶପିଂ ଠକେଇ
ନକଲି ୱେବସାଇଟ୍ କିମ୍ବା ସୋସିଆଲ ମିଡିଆ ପେଜ୍ରେ ଅତି ଶସ୍ତା ମୂଲ୍ୟରେ ସାମଗ୍ରୀ ବିକ୍ରି କରାଯାଏ।
ଉଦାହରଣ —”iPhone 15 କେବଳ ₹4999 ରେ!”
ଟଙ୍କା ଦେଲେ ସାମଗ୍ରୀ ମିଳେ ନାହିଁ।
୪. ରୋମାନ୍ସ ବା ଡେଟିଂ ଠକେଇ
ଠକେଇବାଜ ମ।ନେ ସୋସିଆଲ ମିଡିଆ ବା ଡେଟିଂ ଆପ୍ରେ ଭୁଆ ପ୍ରୋଫାଇଲ୍ ବନାନ୍ତି, ପରେ ଆପଣଙ୍କୁ ଭରସା କରାଇ ଟଙ୍କା ଚାହ।ନ୍ତି —
“ମୋ ମାଆ ଅସୁସ୍ଥ, ଦୟାକରି ସାହାଯ୍ୟ କର।”
୫. KYC/ବ୍ୟାଙ୍କ ଅପଡେଟ୍ ଠକେଇ
“ଆପଣଙ୍କ KYC ଅପଡେଟ୍ ନହୋଇଲେ ଖାତା ବନ୍ଦ ହେବ। ଏହି ଲିଙ୍କରେ ଯାଇ OTP ଦିଅନ୍ତୁ।” ଏହା ମାଧ୍ୟମରେ ସେମାନେ ଆପଣଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଚୋରି କରନ୍ତି।
ପରିଶେଷରେ ଜିଲ୍ଲା ଆର୍ଥିକ ସେବା ଓ ସଂଚୟ ବିଭାଗ ଅଧିକାରିଣୀ ଆର୍ଥିକ ସାକ୍ଷରତା, ବିଭିନ୍ନ ସଞ୍ଚୟ ଯୋଜନା, ବୀମା ଯୋଜନା, ସାଇବର ସଚେତନତା ସମ୍ପର୍କରେ ସଚେତନ କରିଥିଲେ ଓ ଅଭିଭାବକ ମାନଙ୍କୁ ଶିଶୁ କନ୍ୟା ପାଇଁ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲିବା ପାଇଁ ପ୍ରେରିତ କରିଥିଲେ। ଏହି ସଭାରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମସ୍ତ ଡେପୁଟି କଲେକ୍ଟର , ସହାୟକ ଜିଲ୍ଲାପାଳ , ସମସ୍ତ ବିଭାଗର କର୍ମଚାରୀ ଯୋଗ ଦେଇଥିଲେ ।
